ମୁମ୍ୱାଇ, ମାର୍ଚ୍ଚ ୦୭ (ଖବର ଓଡ଼ିଶା):
ଆସନ୍ତା ଅପ୍ରେଲ ୯ ତାରିଖରୁ ଚଳିତ ବର୍ଷର ସଂସ୍କାରଣ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବାକୁ ଥିବା ବେଳେ ମୁମ୍ୱାଇ ଇଣ୍ଡିଆନ୍ସ-ରୟାଲ ଚାଲେଞ୍ଜରସ୍ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ।
ତେବେ ନିକଟରେ ଉଦ୍ଘାଟିତ ହୋଇଥିବା ଅହମ୍ମଦାବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ପ୍ଳେ-ଅଫ୍ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଅପ୍ରେଲ ୯ରେ ଆଇପିଏଲ୍ର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୩୦ ମେ'ରେ ଫାଇନାଲ ମ୍ୟାଚ୍ ଖେଳାଯିବ
ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିିଲ୍ଲୀ, ମୁମ୍ୱାଇ ଏବଂ କୋଲକାତାରେ ମ୍ୟାଚ୍ ଖେଳାଯିବ । । ଲିଗ୍ ପର୍ୟ୍ୟାୟରେ ମୋଟ ୫୬ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଚେନ୍ନାଇ, ମୁମ୍ୱାଇ, କୋଲକାତା ଏବଂ ବେଙ୍ଗାଲୁରୁରେ ୪୦ଟି ମ୍ୟାଚ୍ ଖେଳାଯିବ ।
ଏହି ୪ଟି ଷ୍ଟାଡିୟମ୍ରେ ୧ ୦ଟି ଲେଖାଏଁ ମ୍ୟାଚ୍ ଖେଳାଯିବକୁ ଥିବା ବେଳେ ଅନ୍ୟ ୨ଟି ଷ୍ଟାଡିୟମ୍ ଦିଲ୍ଲୀ ଏବଂ ଅହମ୍ମଦାବାଦରେ ୮ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ତେବେ ସବୁଠାରୁ ରୋଚକା କଥା ହେଉଛି କୌଣସି ଦଳ ସେମାନଙ୍କ ହୋମ୍ ଗ୍ରାଉଣ୍ଡରେ ଖେଳିବା ନେଇ ଲିଗ୍ ପର୍ୟ୍ୟାୟରେ ସୁଯୋଗ ପାଇବେ ନାହିଁ ।