ହାଇ ପ୍ରଫୋମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେବେ ୩୦ ଜଣ ଯୁବ ହକି ଖେଳାଳି
Khabar Odisha:Thirty-young-hockey-players-will-be-trained-at-the-High-Performance-Center
ଭୁବନେଶ୍ୱର, ଅଗଷ୍ଟ ୦୭ (ଖବର ଓଡ଼ିଶା):

୩୦ ଜଣ ମହିଳା ହକି ଖେଳାଳିଙ୍କୁ ନେଇ ନାଭାଲ ଟାଟା ହକି ଟାଟା ହକି ଏକାଡେମୀ ତରଫରୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳତା ପରେ ୩୦ ଜଣ ପୁଅଙ୍କୁ ନେଇ ଆଗାମୀ ମାସରେ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯୁବ ହକି ଖେଳାଳି ମାନେ ଲାଭାନ୍ୱିତ ହେବା ସହ ସେମାନଙ୍କ ଦକ୍ଷତା ବିକାଶ ହେବ । 

ହକିର ଉନ୍ନତି ନିମନ୍ତେ ରାଜ୍ୟରେ ଥିବା ହାଇ ପ୍ରଫୋମାନ୍ସ ସେଣ୍ଟର ଆଗାମୀ ୩ ରୁ ୫ ବର୍ଷ ମଧ୍ୟରେ ରାଜ୍ୟର ଦଶଟି ସ୍ଥାନରେ ଗ୍ରାସରୁଟ ସ୍କାଉଟିଙ୍ଗ ସେଣ୍ଟର ଏବଂ ତିନୋଟି ରିଜିଓନାଲ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟର କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି । ଏହା ସହ ଏହି ସ୍ଥାନ ଗୁଡିକରେ ଖେଳାଳି ମାନଙ୍କୁ ଅତ୍ୟାଧୁନିକ ବ୍ୟବସ୍ଥା ମିଳିବ ଯାହାକି ଏହି ଯୁବ ଖେଳାଳି ମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି । 

ରାଜ୍ୟରେ ହକିର ଗଡ କୁହାଯାଉତିବା ସୁନ୍ଦରଗଡରେ ମଧ୍ୟ ବିଶେଷ ଭାବରେ ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଜିଲ୍ଲାରେ ଚିହ୍ନଟ ହୋଇ ସାରିଥିବା ସ୍ଥାନ ମାନଙ୍କରେ ସିନଥେଟିକ ଟ୍ରଫସ ପକାଯିବାର ବ୍ୟବସ୍ଥା କରାଯିବ । ଏହା ଦ୍ୱାରା ବିଭିନ୍ନ ବୟସର ଖେଳାଳିମାନେ କ୍ରୀଡା ଅଭ୍ୟାସ କରିବା ସହ ଭବିଷ୍ୟତରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିପାରିବେ । ପୂର୍ବରୁ ଏହି ସୁନ୍ଦରଗଡ ଜିଲ୍ଲାରୁ ବାହାରି ଦିଲ୍ଲୀପ ତିର୍କୀ, ଲାଜାରୁସ ର୍ବାଲା, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଆଦି ଖେଳାଳି ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । 

ଏହି ସବୁ ହାଇ ପ୍ରଫୋମାନ୍ସ ସେଣ୍ଟର ଗୁଡିକ କାର୍ଯ୍ୟ ହେଉଛି ବିଭିନ୍ନ ସ୍ଥାନରୁ ହକି ପ୍ରତିଭାଗୁଡିକୁ ଅନୁସନ୍ଧାନ କରି ଆଣିବା ଏବଂ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସମୋନଙ୍କର ଦକ୍ଷତା ବିକାଶ କରାଇବା । 

ହକି ହାଇ ପ୍ରଫୋମାନ୍ସ ସେଣ୍ଟର ନାଭାଲ ଟାଟା ହକି ଏକାଡେମୀ ଓଡିଶା ଦ୍ୱାରା ଆରମ୍ଭ କରାଯାଇଥିଲା । ଏହା ଟାଟା ଷ୍ଟିଲ ଏବଂ ଟାଟା ଟ୍ରଷ୍ଟ ସହିତ ଓଡିଶା ସରକାରଙ୍କ ଭାଗିଦାରୀରେ ନିର୍ମାଣ କରାଯାଛି । ପ୍ରତିଭାବାନ ଯୁବ ହକି ଖେଳାଳି ମାନଙ୍କୁ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଯୋଗାଇବା ପାଇଁ ଏହା ଅଲିମ୍ପିଆନ୍ ଖେଳାଳି ଫ୍ଲୋରିସ୍ ଜନ ବୋଭେଲାଣ୍ଡରଙ୍କ ସହ ସହଭାଗୀ ହୋଇଛି । ଏହି ସେଣ୍ଟରର ପ୍ରଶିକ୍ଷଣ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

  • Tags:

Subscribe

National International State Sports Entertainment