ସୟଦ ମୁସ୍ତାକ ଅଲି ଟ୍ରଫି ଫାଇନାଲ: ରୋମାଞ୍ଚକର ମୁକାବିଲାର ଶେଷ ବଲ୍‌ରେ ଛକା ମାରି ତାମିଲନାଡୁକୁ ବିଜୟ ଦେଲେ ଶାହରୁଖ ଖାନ
Khabar Odisha:Syed-Mushtaq-Ali-Trophy-Final-Shah-Rukh-Khan-defeats-Tamil-Nadu-by-throwing-a-six-in-the-final-ball-in-a-thrilling-match

ନୁଆଦିଲ୍ଲୀ, ନଭେମ୍ବର ୨୨(ଖବର ଓଡ଼ିଶା): ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ରୋମାଞ୍ଚକର ମୁକାବିଲାରେ ତାମିଲନାଡୁ ଶାହରୁଖ ଖାନଙ୍କ ଦୁର୍ଦଶ ବ୍ୟାଟିଂ ସହାଯ୍ୟରେ କର୍ଣ୍ଣାଟକକୁ ପରାସ୍ତ କରି ଟାଇଟଲ ଜିତିଛି। ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକ ୭ ୱିକେଟ୍ ପାଇଁ ୧୫୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ତାମିଲନାଡୁ ଶେଷ ବଲରୁ ଶାହାରୁଖଙ୍କ ଛକା ସହାୟତାରେ ୬ ଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିବା ପରେ ଟ୍ରଫି ଜିତିଥିଲା। ତେବେ ଦଳ ଗତ ସିଜନରେ ମଧ୍ୟ ଟ୍ରଫି କବଜା କରିଥିଲା। pic.twitter.com/G2agPC795B

ଫାଇନାଲରେ ତାମିଲନାଡୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ମନୋନୀତ ହୋଇଥିଲା । ସାଇ କିଶୋର ଚମତ୍କାର ବୋଲିଂ କରି କର୍ଣ୍ଣାଟକକୁ ବଡ଼ ସ୍କୋର କରିବାକୁ ଅନେକ ସୁଯୋଗ ଦେଇନଥିଲେ। ଦଳ ୧୦୮ ରନ୍ ସ୍କୋରରେ ପାଞ୍ଚଟି ୱିକେଟ୍ ହରାଇଥିଲା ବେଳେ ଦଳକୁ ୧୫୧ ରନ୍‌ର ଏକ ଚ୍ୟାଲେଞ୍ଜିଂ ସ୍କୋରକୁ ନେବା ପାଇଁ ପ୍ରବୀଣ ଦୁବେ ଏବଂ ଏମବି ଦର୍ଶନ ଚତ୍ମକାର ପ୍ରଦର୍ଶନ କରିଥିଲେ ।

 pic.twitter.com/PU3kuctOB6

ଅଭିନାଭ ମନୋହର ୪୬ ରନ ସଂଗ୍ରହ କରିଥିବାବେଳେ ପ୍ରବୀଣ ୩୩ ରନ ସ୍କୋର କରିଥିଲେ। ତାମିଲନାଡୁ ପାଇଁ କିଶୋର ତିନୋଟି ୱିକେଟ୍ ନେଇଥିବାବେଳେ ସନ୍ଦୀପ ୱାରିଅର୍, ସଞ୍ଜୟ ଯାଦବ, ଟି ନାଟରାଜନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜଗଦୀଶାନ୍ ୪୧ ରନ୍ ର ଏକ ଇନିଂସ ଖେଳିଥିବାବେଳେ ଶାହାରୁଖ ୩୩ ରନର ଅପରାଜିତ ଇନିଂସ ସ୍କୋର କରି ଦଳକୁ ଚାମ୍ପିୟନ କରିଥିଲେ।

  • Tags:

Subscribe

National International State Sports Entertainment