ୟୁରୋ କପ୍ ଫୁଟବଲ: ପଡ଼ିଆରେ ଅଚାନକ ଖସିପଡ଼ିଲେ ଖେଳାଳି, ଲୁହ ଗଡ଼ାଇଲେ ପ୍ରଶଂସକ
Khabar Odisha:Sports-football-Christian-Eriksen-collapses-during-Denmark-Vs-Finland-euro-cup-game

କୋପନହେଗେନ, ଜୁନ ୧୩ (ଖବର ଓଡ଼ିଶା): ୟୁରୋ କପ୍‌-୨୦୨୦ର ଏକ ମୁକାବିଲା ସମୟରେ ଏକ ସମୟରେ ସମସ୍ତେ ସ୍ତମ୍ଭିଭୂତ ହୋଇଗଲେ, ଯେତେବେଳେ ଡେନମାର୍କର ଲୋକପ୍ରିୟ ମିଡଫିଲ୍ଡର ଖ୍ରୀଷ୍ଟିୟାନ୍ ଏରିକ୍ସନ ଅଚାନକ ପଡ଼ିଆରେ ଅଚେତ ହୋଇପଡ଼ିଗଲେ । କୋପନହେଗେନର ପାର୍କିନ ଷ୍ଟାଡିୟମରେ ଏହି ମ୍ୟାଚ ଶନିବାର ଫିନଲ୍ୟାଣ୍ଡ ଓ ଡେନମାର୍କ ମଧ୍ୟରେ ଖେଳାଯାଉଥିଲା । ପ୍ରଥମ ହାଫର ଖେଳ ଶେଷ ହେବାର ଠିକ ପୂର୍ବରୁ ଏରିକ୍ସ ପଡ଼ିଆରେ ଅଚାନକ ଅଚେତ ହୋଇପଡ଼ିଗଲେ । 

ସେ ପଡ଼ିଯୁବା ପରେ ତୁରନ୍ତ ଉଭୟ ଟିମର ଖେଳାଳି ଏବଂ ଫିଲ୍ଡ ରେଫରୀ ଆଥୋନୀ ଟେଲର ମ୍ୟାଚ ଅଟକାଇ ଦେଇଥିଲେ । ମେଡିକାଲ ହାୟତା ଉପଲବ୍ଧ କରାଯାଇଛି । ତାଙ୍କୁ ପଡ଼ିଆରେ ହିଁ ସିପିଆର ଦିଆଗଲା ଏବଂ ଚିକିତ୍ସା ଆରମ୍ଭ କରିଦିଆଗଲା । ଏହି ସମୟରେ ଖେଳାଳିମାନେ ଗୋପନୀୟତା ଦେବା ପାଇଁ ଘେରିଯାଇଥିଲେ । ପରେ ଷ୍ଟ୍ରେଚର ମାଧ୍ୟମରେ ହସ୍‌ପିଟାଲକୁ ନିଆଯାଇଥିଲା । ତାଙ୍କର ଅବସ୍ଥା ସ୍ଥିର ଅଛି । 

ମ୍ୟାଚକୁ ଜରୁରୀକାଳୀନ ଭିତ୍ତିରେ ବନ୍ଦ କରି ଦିଆଗଲା । ପରେ ପୁଣି ଆରମ୍ଭ ହୋଇଥିଲା । ଏରିକ୍ସନ ପଡ଼ିଆରେ ଖେଳାଳି ଖସିପଡ଼ିବା ପରେ ଅନ୍ୟ ଖେଳାଳି ଓ ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୂରା ଷ୍ଟାଡିୟମ ଶାନ୍ତି ପଡ଼ିଯାଇଥିଲା । କିଛି ପ୍ରଶଂସକଙ୍କ ଆଖିରେ ଲୁହ ବାହାରି ପଡ଼ିଥିଲା । ଡେନମାର୍କର ଖେଳାଳି କାନ୍ଦି ପକାଇଥିଲେ । ସୋସିଆଲ ମିଡିଆରେ ପ୍ରଶଂସକମାନେ ଆଶୀର୍ବାଦ ମାଗିଥିଲେ । 

 

  • Tags:

Subscribe

National International State Sports Entertainment