କ୍ୟାଚ୍ ଧରିବା ପ୍ରୟାସରେ ମୁଣ୍ଡରେ ବାଜିଲା ବଲ, ଅଧା ମ୍ୟାଚରୁ ପଡିଆ ଛାଡିଲେ ଖେଳାଳି
Khabar Odisha:Sports-crickret-ashok-dinda-injured-while-he-catching-a-catch-on-his-own-ball
କୋଲକାତା, ଫେବୃଆରୀ ୧୧(ଖବର ଓଡ଼ିଶା):

ପଶ୍ଚିମବଙ୍ଗର ଦ୍ରୁତ ବୋଲର ଅଶୋକ ଡିଣ୍ଡାଙ୍କୁ ସୋମବାର ଇଡେନ ଗାର୍ଡେନରେ ଟି୨୦ ଅଭ୍ୟାସ ମ୍ୟାଚ୍ ସମୟରେ ମୁଣ୍ଡରେ ଆଘାତ ଲାଗିଛି। ବୋଲିଂ କରୁଥିବା ବେଳେ ନିଜ ବଲରେ କ୍ୟାଚ୍ ନେବା ପ୍ରୟାସରେ ତାଙ୍କ ମୁଣ୍ଡରେ ବଲ ବାଜିଛି।  ଏହି ଘଟଣା ସେହି ସମୟରେ ଘଟିଛି ଯେବେ ବ୍ୟାଟସମ୍ୟାନ ବୀରେନ୍ଦ୍ର ବିବେକ ସିଂହଙ୍କ ଷ୍ଟ୍ରେଟ୍ ଡ୍ରାଇଭ ସଟକୁ ଡିଣ୍ଡା କ୍ୟାଚ୍ ଧରିବାକୁ ଉଦ୍ୟମ କରିଥିଲେ। ମାତ୍ର ବଲ ତାଙ୍କ ହାତରୁ ଖସି ମୁଣ୍ଡରେ ଯାଇ ବାଜିଥିଲା।

ପଶ୍ଚିମବଙ୍ଗ କ୍ରିକେଟ୍ ସଂଘର ଜଣେ ଅଧିକାରୀ କହିଛନ୍ତି ଯେ, ଡିଣ୍ଡା ଡ୍ରେସିଂ ରୁମ ଫେରିବା ପୂର୍ବରୁ ଓଭର ପୂରା କରିଥିଲେ। ଏହା ପରେ ତୁରନ୍ତ ତାଙ୍କର ସ୍କାନ କରାଯାଇଥିଲା। ଚିନ୍ତାର କୌଣସି କାରଣ ନଥିଲେ ବି ତାଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ମୁଣ୍ଡରେ ଆଘାତ ଲାଗିବା ପରେ ତାଙ୍କୁ ଅଧା ମ୍ୟାଚରୁ ବାହାରିବାକୁ ପଡ଼ିଛି।

ପଶ୍ଚିମବଙ୍ଗ ଦଳ ମୁସ୍ତାକ ଅଲି ଟି-୨୦ ଟୂର୍ଣ୍ଣାମେଣ୍ଟରେ ଫେବୃଆରୀ ୨୧ରେ କଟକରେ ମିଜୋରାମ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ୩୪ ବର୍ଷୀୟ ଅଶୋକ ଡିଣ୍ଡା ଏ ପର୍ୟ୍ୟ ନ୍ତ ୧୩ଟି ଅନ୍ତରାଷ୍ଟ୍ରୀୟ ଦିନିକିଆ  ମ୍ୟାଚ୍ ଖେଳି ୧୩ଟି ଓ୍ଵିକେଟ୍ ନେଇଛନ୍ତି।  ସେ ୯ଟି ଟି ୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳି ୧୭ ଓ୍ଵିକେଟ୍ ନେଇଛନ୍ତି। 

  • Tags:

Subscribe

National International State Sports Entertainment