ଅଷ୍ଟ୍ରେଲିଆ ଠାରୁ ସିରିଜ ହାରିବା ଭାରତ ପାଇଁ ଲକି, ବିଶ୍ୱ ବିଜେତା ହେବ ବିରାଟ ବାହିନୀ!
Khabar Odisha:Sports-cricket-odishaLucky-for-Virat-Kohli-to-lose-ODI-series-from-Australia-now-Team-India-will-win-World-Cup
ଦ୍ୱିଲ୍ଲୀ, ମାର୍ଚ୍ଚ ୧୪(ଖବର ଓଡିଶା):

ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ସିରିଜ ହାରିବା ପରେ ବିଶ୍ୱକପ ଜିତିବାର ଆଶା ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ବଢିବାରେ ଲାଗିଛି । ବିରାଟଙ୍କ ପାଇଁ ସିରିଜ ହାରିବା ଏକପ୍ରକାର ଲକି ବୋଲି ଅନେକ ଚର୍ଚ୍ଚା ହେଉଛି । ଏଥିରେ ଆଶ୍ଚର‌୍ୟ୍ୟ ହେବାର କୌଣସି କଥା ନାହିଁ , ଏଥର ଭାରତ ହେବ ବିଶ୍ୱ ଚାମ୍ପିୟନ । ଏହା କୌଣସି ମଜାକ ନୁହେଁ, ଆମେ ଯଦି ଇତିହାସ ଉପରେ ନଜର ପାକାଇବା ତେବେ ଆପଣ ମଧ୍ୟ ସମାନ୍ କଥା କହିବେ ।

ଅଷ୍ଟ୍ରେଲିଆ ଠାରୁ ୩-୨ରେ ସିରିଜ ହାରିବା ପରେ ଭାରତ ପାଇଁ ବିଶ୍ୱକପ୍ ଜିତିବାର ଆଶା ବଢିଯାଇଛି । କାରଣ ଭାରତ ଦୁଇଥର ବିଶ୍ୱ ବିଜେତା ହେବା ପୂର୍ବରୁ ଏହିଭଳି ଦିନିକିଆ ସିରିଜ୍ ହାରିଥିଲା । ୧୯୮୩ ମସିହା ବିଶ୍ୱକପ ପୂର୍ବରୁ ହୋଇଥିବା ଦିନିକିଆ ସିରିଜ ୨-୧ରେ ହାରିଯାଇଥିଲା । ଏହାପରେ କପିଲ ଦେବଙ୍କ ଅଧିନରେ ଭାରତୀୟ ଦଳ ପ୍ରଥମଥର ପାଇଁ ୱାର୍ଲ୍ଡକପ ଡିତିଥିଲା । 

ଏହାପରେ ୨୦୧୧ ବିଶ୍ୱକପରେ ମଧ୍ୟ ଠିକ୍ ସମାନ କାହାଣୀ ଦେଖିବାକୁ ମିଳିଥିଲା । ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ୩-୨ରେ ଦିନିକିଆ ସିରିଜ ହାରିଥିଲା ଏବଂ ଭାରତ ଦ୍ୱିତୀୟଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ବିଶ୍ୱବିଜେତା ହୋଇଥିଲା ଟିମ୍‌ ଇଣ୍ଡିଆ । ଏଥର ମଧ୍ୟ ବିଶ୍ୱକପ୍‌ର ଠିକ୍ ପୂର୍ବ ସିରିଜ୍‌ଟି ଭାରତୀୟ ଦଳ ୩-୨ରେ ହାରିଯାଇଛି । ଏଥିପାଇଁ ବିରାଟ ବାହିନୀରେ ବିଶ୍ୱବିଜେତା ହେବା ଆଶା ବଢିଯାଇଛି ।  

Subscribe

National International State Sports Entertainment