ବିଶ୍ଵକପରେ ହେଉ ଆଇପିଏଲ ପରି ପ୍ଲେଅଫ: କୋହଲି
Khabar Odisha:Sports-cricket-odisha-virat-kohli-on-ipl-style-playoffs-in-world-cup-after-losing-to-new-zealand-in-semi-final
ମାଞ୍ଚେଷ୍ଟର,ଜୁଲାଇ୧୧(ଖବର ଓଡ଼ିଶା):

ବିଶ୍ଵକପରେ ପ୍ରବଳ ଦାବିଦାର ଥିବା ଭାରତ ପ୍ରଥମ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ହାତରୁ ପରାଜିତ ହୋଇ ନିରାଶର ସହ ନିଜର ଅଭିଯାନ ଶେଷ କରିଛି। ଅଧିନାୟକ ବିରାଟ କୋହଲି ଆଇସିସିକୁ ଭବିଷ୍ୟତରେ ବିଶ୍ଵକପର ନକଆଉଟ୍ ପର୍ୟ୍ୟାଷୟ ମ୍ୟାଚ୍ ଆଇପିଏଲ ଶୈଳୀର  ପ୍ଲେଅଫ ପରି କରିବାକୁ ପ୍ରସ୍ତାବ ଦେଇଛନ୍ତି।

କୋହଲି ସ୍ଵୀକାର କରିଛନ୍ତି ଯେ, ଭାରତ ୨୪୦ ରନର ଲକ୍ଷ୍ୟର ପିଛା କରି ୪୫ ମିନିଟ୍ ଭିତରେ ମ୍ୟାଚ୍ ହରାଇ ସାରିଥିଲା। ଏଥିରେ କୋଟି କୋଟି ଦର୍ଶକଙ୍କ ଆଶା ଭାଙ୍ଗି ଯାଇଥିଲା। କିନ୍ତୁ ଦଳ ଲିଗ୍ ପର୍ୟ୍ୟାରୟରେ ଦମଦାର ପ୍ରଦର୍ଶନ କରି ଶୀର୍ଷରେ ରହିଥିଲା। କଣ ଭବିଷ୍ୟତରେ ଆଇପିଏଲ ଶୈଳୀରେ ପ୍ଲେଅଫ ବିକଳ୍ପ ରହିବା ଉଚିତ୍ ପ୍ରଶ୍ନର ଉତ୍ତରରେ କୋହଲି କହିଛନ୍ତି ଯେ, କିଏ ଜାଣିଛି ଭବିଷ୍ୟତରେ ଏମିତି ନିୟମ ଲାଗୁ  ହୋଇଯିବ।  ଯଦି ତାଲିକାରେ ଶୀର୍ଷରେ ରହିବା କିଛି ମହତ୍ଵ ରଖୁଛି, ତେବେ ମୋତୋ ଲାଗୁଛି ଯେ, ଟୂର୍ଣ୍ଣାମେଣ୍ଟର ସ୍ତରକୁ ଦେଖି ଏହି ଦିଗ ପ୍ରତି ବିଚାର କରାଯାଇ ପାରିବ।

କୋହଲି କହିଛନ୍ତି ଯେ, ଏମିତି ହେବା ଉଚିତ୍, ମାତ୍ର କିଏ ଜାଣିଛି କେବେ ଏହା ଲାଗୁ ହେବ। ଭାରତୀୟ ଅଧିନାୟକ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ, ସେମି ଫାଇନାଲର ମଜା ଭିନ୍ନ କାରଣ ଏଥିରେ ଟୂର୍ଣ୍ଣାମେଣ୍ଟରେ ଦଳର ଗତ ପ୍ରଦର୍ଶନ କୌଣସି ମହତ୍ଵ ରଖେ ନାହିଁ।

ସେ କହିଛନ୍ତି ଯେ, ସେମି ଫାଇନାଲ ଏକ ଭିନ୍ନ ପ୍ରକାରର  ଚ୍ୟାଲେଞ୍ଜ ରହିଛି ଏବଂ ଏହି ସବୁ ମ୍ୟାଚର ମଜା ଅଲଗା ପ୍ରକାର ଥାଏ, କାରଣ ଆପଣଙ୍କର ସେହି ଦିନର ଖେଳ ଏବଂ ପ୍ରଦର୍ଶନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଥାଏ। ଏହା ଏକ ନୂତନ ମ୍ୟାଚ୍ ହୋଇଥାଏ ଏବଂ ନୂତନ ଭାବେ ଖେଳିବାକୁ ପଡ଼ିଥାଏ। ଯଦି ଭଲ ପ୍ରଦର୍ଶନ ନହୁଏ ତେବେ ଘରକୁ ଫେରିବାକୁ ପଡ଼ିଥାଏ।

Subscribe

National International State Sports Entertainment