ଆଇସିସି ତାଜା ତାଲିକା : ଶୀର୍ଷରେ ସାକିବ, ଟପ୍-୧୦ରେ ନାହାନ୍ତି କୌଣସି ଭାରତୀୟ
Khabar Odisha:Sports-cricket-odisha-shakib-al-hasan-dethrones-rashid-khan-to-claim-top-all-rounders-ranking-ahead-of-world-cup
ଦୁବାଇ, ମେ ୨୩(ଖବର ଓଡିଶା) :

ବାଂଲାଦେଶର ଷ୍ଟାର କ୍ରିକେଟର ସାକିବ୍ ଉଲ୍ ହସାନ୍ ଆଇସିସିର ତାଜା ପ୍ରକାଶିତ ତାଲିକାରେ ଅଲରାଉଣ୍ଡର ମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ୩୨ ବର୍ଷର ସାକିବ୍ ନିକଟରେ ଆୟରଲ୍ୟାଣ୍ଡରେ ଖେଳାଯାଇଥିବା ତ୍ରିକୋଣୀୟ ସିରିଜ୍‌ରେ ଦମ୍‌ଦାର ଫର୍ମରେ ଥିଲେ । ସାକିବ୍ ସିରିଜ୍‌ର ତିନୋଟି ମ୍ୟାଚରେ ଦୁଇଟି ଅପରାଜିତ ଅର୍ଦ୍ଧଶତକ ସହିତ ୧୪୦ ରନ କରିଥିଲେ । ଏହା ସହିତ ସେ ଦୁଇଟି ୱିକେଟ ମଧ୍ୟ ହାସଲ କରିଥିଲେ ।

ସାକିବ୍ ବର୍ତ୍ତମାନ ୩୫୯ ଅଙ୍କ ସହିତ ଅଲରାଉଣ୍ଡର ତାଲିକାର ଶାର୍ଷରେ ଅଛନ୍ତି । ଏହା ସହିତ ସେ ଆଫଗାନିସ୍ତାନର ରସିଦ୍ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି । ରସିଦ୍ ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆଫଗାନିସ୍ତାନର ଅନ୍ୟତମ ଅଲରାଉଣ୍ଡର ମଦମ୍ମଦ୍ ନବୀ ୩୧୯ ଅଙ୍କ ସହିତ ତୃତୀୟ ସ୍ଥାନରେ ଅଛନ୍ତି । 

ଆଫଗାନିସ୍ତାନ ପରେ ଦ୍ୱିତୀୟ ଖେଳାଳି ଭାବରେ ପାକିସ୍ତାନର ଦୁଇଜଣ ଖେଳାଳି ଟପ୍-୧୦ ଅଲରାଉଣ୍ଡରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଇମାଦ୍ ୱସିମ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ମଦମ୍ମଦ ହଫିଜ୍ ସପ୍ତମ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ପଞ୍ଚମ ସ୍ଥାନରେ ରହିଥିବା ବେଳେ ଷଷ୍ଠ ସ୍ଥାନରେ ରହିଛନ୍ତି ଇଂଲଣ୍ଡର କ୍ରିସ୍ ଓକ୍ସ । ୱେଷ୍ଟଇଣ୍ଡିଜର ଅଧିନାୟକ ଜେସନ ହୋଲ୍ଡର ଅଷ୍ଟମ ସ୍ଥାନରେ, ଜିମ୍ୱାୱେର ସିକନ୍ଦର ରଜା ନବମ ସ୍ଥାନରେ ଓ ଶ୍ରୀଲଙ୍କାର ଆଞ୍ଜେଲା ମାଥ୍ୟସ୍  ୧୦ମ ସ୍ଥାନରେ ଅଛନ୍ତି । ତେବେ କୌଣସି ଭାରତୀୟ ଖେଳାଳି  ଅଲରାଉଣ୍ଡର ତାଲିକାର ଟପ୍-୧୦ରେ ସ୍ଥାନ ପାଇନାହାନ୍ତି । 

Subscribe

National International State Sports Entertainment