ଦିନିକିଆରେ ୮୦୦୦ ରନ ପୂରଣ କଲେ ରୋହିତ ଶର୍ମା
Khabar Odisha:Sports-cricket-odisha-rohit-sharma-completes-8000-runs-in-odi-joint-third-fastest-to-reach-the-landmark
ଦିଲ୍ଲୀ, ମାର୍ଚ୍ଚ ୧୩(ଖବର ଓଡିଶା) :

ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ପୂରଣ କରିଛନ୍ତି ୮୦୦୦ ରନ । ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ରୋହିତ ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି । ଫିରୋଜ ଶାହା କୋଟ୍ଲା ଷ୍ଟାଡିୟମରେ ୪୬ ରନ କରିବା ପରେ ରୋହିତ ଦିନିକିଆରେ ୮୦୦୦ ରନ ଛୁଇଁଥିଲେ । ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ହେଉଛନ୍ତି ନବମ ଭାରତୀୟ ଏବଂ ବିଶ୍ୱ କ୍ରିକେଟରେ ୩୦ ତମ କ୍ରିକେଟର । 

ରୋହିତ ଶର୍ମା ଏହି ରେକର୍ଡ ନିଜ କ୍ୟାରିୟରର ୨୦୦ ତମ ଇନିଂସରେ ହାସଲ କରିଥିଲେ । ଏଥିସହିତ ସେ ଭାରତର ପୂର୍ବତନ ଅଧିନାୟକଙ୍କ ସହିତ ସମାନ ଇନିଂସ ଖେଳି ଏହି ୮୦୦୦ ରନ ପୂରଣ କରିଛନ୍ତି । ଏହି ହାର ଅନୁଯାୟୀ ରୋହିତ ହେଉଛନ୍ତି ଭାରତର ତୃତୀୟ ଦ୍ରୁତତମ କ୍ରିକେଟ । ଏହି ୮୦୦୦ ରନ ପୂରଣ କରିବାରେ ବିରାଟ କୋହଲି ସବୁଠାରୁ ଆଗରେ ରହିଛନ୍ତି । ସେ ମାତ୍ର ୧୭୫ଟି ଇନିଂସରେ ୮୦୦୦ ରନ ପୂରଣ କରିଥିଲେ । ବିରାଟଙ୍କ ପରେ ନମ୍ୱର ଆସୁଛି ଦକ୍ଷିଣ ଆଫ୍ରିକାର ୩୬୦ଂ ଏବି ଡିଭିଲିୟର୍ସଙ୍କର । ସେ ଏହି ୮୦୦୦ ଦିନିକିଆ ରନ ପୂରଣ ପାଇଁ ୧୮୨ଟି ଇନିଂସ ନେଇଥିଲେ । 

୩୧ ବର୍ଷର ରୋହିତ୍‌ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି, ଗାଙ୍ଗୁଲି, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହୱାଗ, ଯୁବରାଜ ସିଂହ ଏବଂ ମୋହମ୍ମଦ ଆଜହରୁଦ୍ଦିନ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ।  

Subscribe

National International State Sports Entertainment