ଆଇପିଏଲ୍‌ରେ କେତୋଟି ମ୍ୟାଚ ଖେଳିବେ, ସେ ନିଷ୍ପତ୍ତି ଖେଳାଳି ନିଜେ ନେବେ: କୋହଲି
Khabar Odisha:Sports-cricket-odisha-responsibility-is-on-players-to-manage-workload-in-ipl
ନୂଆଦିଲ୍ଲୀ, ମାର୍ଚ୍ଚ ୧୪(ଖବର ଓଡିଶା):

ଆଗକୁ ଆସୁଛି ବିଶ୍ୱକପ, ତା ପୂର୍ବରୁ ଆଇପିଏଲ୍‌ । ଆଇପିଏଲ୍‌ ଖେଳିବା ନେଇ ଖେଳାଳିଙ୍କ ଉପରେ ସବୁକିଛି ଛାଡିଛନ୍ତି କୋହଲି । କୋହଲିଙ୍କ କହିବା ଅନୁଯାୟୀ ଖେଳାଳି ନିଜେ ସ୍ଥିର କରିବେ ସେ କେତୋଟି ଆଇପିଏଲ୍‌ ମ୍ୟାଚ ଖେଳିବେ ।

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ୩୦ ମେ’ରୁ ବିଶ୍ୱକପ ଆରମ୍ଭ ହେବ । ବିଶ୍ୱକପ ପୂର୍ବରୁ ଆଇପିଏଲ ଖେଳିବାକୁ ଥିବାରୁ ଖେଳାଳିମାନଙ୍କୁ ଅଧିକ ପ୍ରେସର ପଡିବାର ସମ୍ଭାବନା ରହିଛି । ସେଥିପାଇଁ ଆଇପିଏଲ୍‌ରେ କେତୋଟି ମ୍ୟାଚ ଖେଳିବେ ସେ ନିଷ୍ପତ୍ତି ନିଜର ସାଥିଙ୍କ ଉପରେ ଛାଡିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । 

ଆଇପିଏଲ୍‌ ସରୁସରୁ ଭାରତୀୟ ଦଳ ବିଶ୍ୱକପ ଖେଲିବା ପାଇଁ ଇଂଲଣ୍ଡ ଗସ୍ତ କରିବ । ଯେଉଁଠାରେ ୩୦ ମେ’ରୁ ବିଶ୍ୱକପ ଆରମ୍ଭ ହେବ । ଏହି  ଅବସରରେ କୋହଲି କହିଛନ୍ତି, ଆମେ ଖେଳାଳିମାନଙ୍କୁ ପୁରା ବୁଦ୍ଧିମତ୍ତାର ସହିତ କାମ କରିବା ପାଇଁ ଏବଂ ନିଜେ କେତୋଟି ମ୍ୟାଚ ଖେଳିବେ, ସେ ନେଇ ଫ୍ରାଞ୍ଚାଇଜ ମ୍ୟାନେଜମେଣ୍ଟକୁ ସୂଚନା ଦେବାକୁ ଦାୟିତ୍ୱ ଦିଆଯାଇଛି । ଖେଳାଲିମାନେ ଆମର ଫିଜିଓଙ୍କ ସମ୍ପର୍କରେ ରହିବେ । ବିଶ୍ୱକପ ପାଇଁ ସବୁ ବିଷୟ ଉପରେ ଧ୍ୟାନ ଦିଆଯାଉଛି, ଏଥିରେ କାର‌୍ୟ୍ୟଭାର ମଧ୍ୟ ସାମିଲ ଅଛି । 

Subscribe

National International State Sports Entertainment