ଆଇସିସି ତାଲିକା,ଟି-୨୦ରେ ରାହୁଲ ଉଠିଲେ,କୁଲଦୀପ ଖସିଲେ
Khabar Odisha:Sports-cricket-odisha-kl-rahul-advances-kuldeep-lost-a-place-in-icc-t20i-rankings
ୟୁଏଇ, ମାର୍ଚ୍ଚ ୧୨(ଖବର ଓଡିଶା):

ଭାରତୀୟ ପ୍ରରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ଦୁଇଟି ମ୍ୟାଟରେ ଦମ୍‌ଦାର ଇନିଂସ ଖେଳିଥିଲେ । ଏହି ଦୁଇଟି ଦମ୍‌ଦାର ଇନିଂସ ବଳରେ ରାହୁଲ ମଙ୍ଗଳବାର ପ୍ରକାଶିତ ଆଈସିସି ଟି-୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାର ୫ମ ସ୍ଥାନକୁ ପହଞ୍ଚିଛନ୍ତି । ମହିଳାଙ୍କ ଉପରେ ଟିପ୍ପଣୀ କରି ବାସନ୍ଦ ହୋଇଥିବା ରାହୁଲ ଆନ୍ତର‌୍ୟାତୀୟ କ୍ରିକେଟକୁ ଫେରି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ଦୁଇଟି ଯାକ ମ୍ୟାଚରେ ୪୭ ଓ ୫୦ ରନର ଇନିଂସ ଖେଳିଥିଲେ । ଏହି ଦୁଇଟି ଇନିଂସ ପାଇଁ ଆଇସିସି ତାଜା ତାଲିକାରେ ଗୋଟିଏ ପାହାଚ ଉପରକୁ ଉଠିଛନ୍ତି ରାହୁଲ । 

ବୋଲିଂରେ ଭାରତକୁ କ୍ଷତି ସହିବାକୁ ପଡିଛି । ଟି-୨୦ ବୋଲର୍‌ଙ୍କ ତାଲିକାରେ ଭାରତର କୁଲଦୀପ ଯାଦବ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା କୁଲଦୀପ ନୂତନ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି । କୁଲଦୀପଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଥିଲା । ଆଈସିସି ପ୍ରକାଶିତ ତାଲିକାରେ ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ପାକିସ୍ତାନର ବାବର ଆଜମ ଥିବାବେଳେ ବୋଲରଙ୍କ ତାଲିକାର ଶୀର୍ଷରେ ଅଛନ୍ତି ଆଫ୍‌ଗାନିସ୍ତାନର ଲେଗ ସ୍ପିନର ଆଦିଲ ରଶିଦ୍‌ ।

ଟି-୨୦ ଦଳ ତାଲିକାରେ ପାକିସ୍ତାନ ୧୩୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ୧୨୨ ପଏଣ୍ଟ ସହିତ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ୧୨୧ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି ।

Subscribe

National International State Sports Entertainment