ସମସ୍ତଙ୍କ ଉପରେ ଭାରି ଭାରତୀୟ ସ୍ପିନର ଯୋଡି, ବିଶ୍ୱକପରେ ଭାରତର ଟ୍ରମ୍ପକାର୍ଡ
Khabar Odisha:Sports-cricket-odisha-icc-world-cup-wrist-spinners-team-india-yuzvendra-chahal-kuldeep-yadav
ଇଂଲଣ୍ଡ, ମେ ୨୧(ଖବର ଓଡିଶା):

ବିଶ୍ୱକପରେ ସର୍ବାଧିକ ୱିକେଟ ନେଇଥିବା ଶୀର୍ଷ ୧୦ ଜଣ ବୋଲରଙ୍କ ତାଲିକାରେ କୌଣସି ଲେଗ୍ ସ୍ପିନର ସାମିଲ ନାହାନ୍ତି । କିନ୍ତୁ ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା କ୍ରିକେଟ ବିଶ୍ୱକପରେ ରିଷ୍ଟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଚଳିତବର୍ଷ ସ୍ପିନରମାନେ ନିଜର ବିଶେଷ ଦକ୍ଷତାରେ ଦମ୍‌ଦାର ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । 

ବିଶ୍ୱକପ ୨୦୧୯ରେ ୱେଷ୍ଟଇଣ୍ଡିଜ୍ ହିଁ ଏକମାତ୍ର ଦଳ ଯେଉଁ ଦଳରେ କୌଣସି ଲେଗ ସ୍ପିନର ନାହାନ୍ତି । କିନ୍ତୁ ଭାରତ ଭଳି କିଛି ଦଳ ଏହି ସ୍ପିନରମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି । ଗତ ବିଶ୍ୱକପ ପରେ ଏହି ଚାରି ବର୍ଷ ମଧ୍ୟରେ ସର୍ବାଧିକ ୱିକେଟ ନେଇଥିବା ସ୍ପିନରଙ୍କ ତାଲିକାରେ ରିଷ୍ଟ ସ୍ପିନରଙ୍କ ଦବଦବା ଦେଖିବାକୁ ମିଳିଛି । ଏହି ଚାରି ବର୍ଷରେ ସର୍ବାଧିକ ୱିକେଟ ନେଇଥିବା ତାଲିକାର ଶୀର୍ଷ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ରିଷ୍ଟ ସ୍ପିନର । 

ଗତ ଚାରି ବର୍ଷରେ ଇଂଲଣ୍ଡର ଲେଗ ସ୍ପିନର ଆଦିଲ ରସିଦ( ୮୩ ମ୍ୟାଚରେ ୧୨୭ ୱିକେଟ୍) ସର୍ବାଧିକ ୱିକେଟ ହାସଲ କରିଛନ୍ତି । ତାଙ୍କ ପରେ ରହିଛନ୍ତି ଆଫଗାନିସ୍ତାନର ରସିଦ୍ ଖାନ୍(୫୮ ମ୍ୟାଚରେ ୧୨୩ ୱିକେଟ୍), ଦକ୍ଷିଣ ଆଫ୍ରିକାର ଇମରାନ ତାହିର୍( ୬୦ ମ୍ୟାଚରେ ୯୨ ୱିକେଟ୍) ଏବଂ ଭାରତ କୁଲଦୀପ ଯାଦବ(୪୪ ମ୍ୟାଚରେ ୮୭ ୱିକେଟ୍) । ଏମାନେ ସମସ୍ତେ ହେଉଛନ୍ତି ରିଷ୍ଟ ସ୍ପିନର । 

ଭାରତ ତାର ବିଶ୍ୱକପ ଦଳରେ ତିନିଜଣ ସ୍ପିନରକୁ ଦଳରେ ସ୍ଥାନ ଦେଇଛି( ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ଚହଲ) । ଏମାନଙ୍କ ମଧ୍ୟରୁ ଚହଲ ଓ କୁଲଦୀପ ହେଉଛନ୍ତି ରିଷ୍ଟ ସ୍ପିନର । କୁଲଦୀପ ହେଉଛନ୍ତି ଚାଇନାମ୍ୟାନ ବୋଲର । କୁଲଦୀପ-ଚହଲ ଜୋଡି ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇବାରେ ମାହିର୍ । ରବିନ୍ଦ୍ର ଜାଡେଜା ବାମହାତୀ ସ୍ପେସିଆଲିଷ୍ଟ ସ୍ପିନର । କିନ୍ତୁ ଅଫ୍ ସ୍ପିନର କ୍ଷେତ୍ରରେ ଅଧିନାୟକ ବିରାଟ କୋହଲିଙ୍କୁ କାମଚଳା ସ୍ପିନର କେଦାର ଯାଦବଙ୍କ ଉପରେ ନିରିଭର କରିବାକୁ ପଡିବ । ପାର୍ଟ ଟାଇମ ସ୍ପିନର ହୋଇଥିଲେ ମଧ୍ୟ କେଦାର ୱିକେଟ୍ କାଢିବାରେ ମାହିର । ତେଣୁ ଚର୍ଚ୍ଚ ହେଉଛି କି ଭାରତୀୟ ସ୍ପିନ ବିଭାଗ ଅନ୍ୟ ଦେଶ ଅପେକ୍ଷା ବେଶି ଶକ୍ତିଶାଳୀ । ଏହି ସ୍ପିନରମାନେ ଭାରତ ପାଇଁ ମୁଖ୍ୟ ଭୂମିକାରେ ନଜର ଆସିବା ସହିତ ଅନ୍ୟ ଦେଶର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବେ । 

Subscribe

National International State Sports Entertainment