ଏଥର ଟେଷ୍ଟ କ୍ରିକେଟରେ ବି ନୋ ବଲ୍‌ରେ ମିଳିବ ଫ୍ରୀ ହିଟ୍!
Khabar Odisha:Sports-cricket-odisha-free-hit-to-follow-a-no-ball-in-test-cricket
ମୁମ୍ୱାଇ, ମାର୍ଚ୍ଚ ୧୩(ଖବର ଓଡିଶା) :

ଯୁଗ ସହିତ କ୍ରିକେଟ ସବୁବେଳେ ତାଳ ଦେଇ ଚାଲିବାକୁ ଚେଷ୍ଟା କରିଆସିଛି । ଏଥିପାଇଁ କ୍ରିକେଟର ଫର୍ମାଟ୍‌ ଠାରୁ ଆରମ୍ଭକରି ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଆସିଛି । ମ୍ୟାଚକୁ ମନଛୁଆଁ କରିବା ପାଇଁ ପାଖାପାଖି ପ୍ରତ୍ୟେକ ବର୍ଷ କ୍ରିକେଟରେ ନିୟମରେ କିଛି ନା କିଛି ପରିବର୍ତ୍ତନ କରାଯାଏ । ଏବେ ଟେଷ୍ଟ କ୍ରିକେଟକୁ ରୋମାଞ୍ଚକର କରିବା ପାଇଁ ଚେଷ୍ଟା ଚାଲିଛି । ଏହାକୁ ଭିତ୍ତିକରି ମେରିଲବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି) ୱାର୍ଲ୍ଡ କମିଟି ଟେଷ୍ଟ କ୍ରିକେଟରେ ନୋ ବଲ୍‌ରେ ଫ୍ରୀ ହିଟ୍  ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । 

ନୋ ବଲ୍‌ରେ ଫ୍ରୀ ହିଟ୍ ପୂର୍ବରୁ ଦିନିକିଆ ଓ ଟି-୨୦ରେ ଲାଗୁ ହୋଇସାରିଛି । ତେଣୁ ଦିନିକିଆ ଓ ଟି-୨୦ରେ ନୋ ବଲ୍‌ର ପରବର୍ତ୍ତୀ ବଲ୍‌ଟି ଫ୍ରୀ ହିଟ୍ ଦିଆଯାଇଥାଏ । ଏହି ଫ୍ରୀ ଦିଟ୍ ବଲ୍‌ରେ ବ୍ୟାଟ୍ସମ୍ୟାନ ଯହି ଆଉଟ୍ ବି ହୋଇଯାଏ ତେବେ ତାହା ମାନ୍ୟ ହେବନାହିଁ । ତେବେ ବ୍ୟାଟ୍ସମ୍ୟାନ ଏହି ବଲ୍‌ରେ ଆଉଟ୍ ହେଉ ନଥିବାରୁ ସବୁବେଳେ ବଡ ସଟ୍ ମାରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି, ଯାହା ମ୍ୟାଚକୁ ଅଧିକ ରୋମାଞ୍ଚକର କରିଥାଏ । 

ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ସୁଦ୍ଧା ଫ୍ରୀ ହିଟ୍‌ର କୌଣସି ଶବ୍ଦ ନାହିଁ । କିଛି ଦେଶରେ ଟେଷ୍ଟ କ୍ରିକେଟ ପ୍ରତି ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଟେଷ୍ଟ କ୍ରିକେଟରେ କିଛି ନିୟମ ପରିବର୍ତ୍ତନ କରିବାକୁ ଆଇସିସି ବିଚାର କରୁଥିବା ବେଳେ ଏମ୍‌ସିସି ପକ୍ଷରୁ ଫ୍ରୀ ହିଟ୍‌ ପ୍ରସ୍ତାବ ଦ୍ଆଯାଇଛି । 

ଏମ୍‌ସିସିର କାମ ହେଉଛି ନୂଆ ନିୟମ ବନାଇବା ଓ ଏହାକୁ ନିୟନ୍ତ୍ରଣ କରିବା । କିନ୍ତୁ ନୂଆ ନିୟମ ଲାଗୁ କରିବା ପୂର୍ବରୁ ସେ ପ୍ରସ୍ତାବକୁ ଏମ୍‌ସିସି ଆଈସିସି ପାଖକୁ ପଠାଇଥାଏ । ଏହାପରେ ଆଈସିସି କ୍ରିକେଟ ଖେଳୁଥିବା ଦେଶଗୁଡିକରୁ ଅନୁମତି ନେଇଥାଏ । ସମସ୍ତଙ୍କର ସହମତିରେ ନିୟମଟି ଲାଗୁ କରାଯାଇଥାଏ । 

Subscribe

National International State Sports Entertainment