ବିଶ୍ୱକପରେ ପୁଣି ସାଜିଲା ବର୍ଷା ବାଧକ, ବାତିଲ ହେଲା ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ
Khabar Odisha:Sports-cricket-odisha-ban-vs-sl-match-16-icc-cricket-world-cup-2019-match-called-off-due-to-the-inclement-weather
ଇଂଲଣ୍ଡ, ଜୁନ ୧୧(ଖବର ଓଡିଶା):

ବିଶ୍ୱକପରେ ପୁଣିଥରେ ବର୍ଷା ପାଇଁ ବାତିଲ ହୋଇଛି ମ୍ୟାଚ । ଇଂଲଣ୍ଡରେ ଲଗାତାର ଭାବେ ହେଉଥିବା ବର୍ଷା କାରଣରୁ ବାରମ୍ବାର ମ୍ୟାଚ ବାତିଲ ହେଉଥିବା ବେଳେ ଆଜି ଶ୍ରୀଲଙ୍କା ଓ ବାଂଲାଦେସ ମଧ୍ୟରେ ମଧ୍ୟ ସମାନ ଫଳ ଦେଖିବାକୁ ମିଳିଛି । ଚଳିତ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ୧୬ ମ୍ୟାଚରୁ ତିନୋଟି ମ୍ୟାଚ ବାତିଲ ହୋଇସାରିଛି । 

ଆଜି ବର୍ଷା କମିବାର ନାଁ ନେଇ ନଥିଲା. ସେଥିପାଇଁ ଟସ୍ କାର୍ଯ୍ୟକ୍ରମ ମଧ୍ୟ ହୋଇପାରିନଥିଲା । ଶେଷରେ ମ୍ୟାଚକୁ ବାତିଲ କରାଯାଇଥିଲା  । ଏହା ପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ ଏବଂ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମ୍ୟାଚ ବାତିଲ ହୋଇଥିଲା । ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ବର୍ଷା ଏକ ବଡ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ସବୁ ଦଳର ଚିନ୍ତା ବଢାଇଛି । 

Subscribe

National International State Sports Entertainment