ଶ୍ରୀଲଙ୍କାର ଦୟନୀୟ ଅବସ୍ଥା ଦୁଃଖ ପ୍ରକାଶ କଲେ ପୂର୍ବତନ କ୍ରିକେଟର ମୁରଲୀଧରନ
Khabar Odisha:Sports-cricket-decline-of-sri-lankan-cricket-saddens-me-says-muttiah-muralitharan

ଚେନ୍ନାଇ, ଫେବୃୟାରୀ ୧୦ (ଖବର ଓଡ଼ିଶା): ଶ୍ରୀଲଙ୍କାର କ୍ରିକେଟ ଟିମ ବର୍ତ୍ତମାନ ସମୟରେ ଖରାପ ଦିନ ଦେଇ ଗତି କରୁଛି । ନିଜ ଦେଶର ଦୟନୀୟ କ୍ରିକେଟ ଅବସ୍ଥା ଦେଖି ବରିଷ୍ଠ କ୍ରିକେଟର ତଥା ପୂର୍ବତନ ବୋଲର ମୁଥେୟା ମୁରଲୀଧରନ ଦୁଃଖ ପ୍ରକାଶ କରିଛନ୍ତି । ସେ ଶ୍ରୀଲଙ୍କାର କ୍ରିକେଟ ଅବସ୍ଥା କ୍ରମାଗତ ଭାବରେ ଦୁର୍ବଳ ହୋଇ ପଡ଼ିବାକୁ ନେଇ ବର୍ତ୍ତମାନର ଖେଳର ଦାୟିତ୍ୱ ନେଇଥିବା ଲୋକଙ୍କୁ ଦାୟୀ କରିଛନ୍ତି । ଶ୍ରୀଲଙ୍କା ଘରୋଇ ଏବଂ ବିଦେଶ ମାଟିରେ ସମସ୍ତ ଟେଷ୍ଟ ମ୍ୟାଚରେ ପରାଜୟ ସ୍ୱୀକାର କରୁଛି । ବିଶ୍ୱ କ୍ରିକେଟକୁ ପରିଚାଳନା କରୁଥିବା ସଂସ୍ଥା ଆଇସିସି ଦେଶର କ୍ରିକେଟ ସଂସ୍ଥା ଉପେର ଦୁର୍ନୀତି ନେଇ ଅଭିଯୋଗ ଆସିବା ପରେ ତଦନ୍ତ କରୁଛି । 

ଉଭୟ ଦିନିକିଆ ଏବଂ ଟି-୨୦ ବିଶ୍ୱକପ ବିଜୟ ହେବା ପରେ ଶ୍ରୀଲଙ୍କା କ୍ରିକେଟରୁ ମୁରଲୀଧରନ, ମହେଲା ଜୟବର୍ଦ୍ଧନେ ଏବଂ କୁମାର ସାଙ୍ଗାକାରା ଭଳି ଖେଳାଳି ସନ୍ୟାସ ନେବା ପରେ ଅନେକ ପରିବର୍ତ୍ତନ ଆସିଛି । ମୁରଲିଧରନ ଶନିବାର ଚେନ୍ନାଇରେ କହିଛନ୍ତି, ଅବସର ନେବା ପରେ ଶ୍ରୀଲଙ୍କା କ୍ରିକେଟ ସହିତ ଜଡ଼ିତ ରହି ନାହିଁ । ଶ୍ରୀଲଙ୍କା କ୍ରିକେଟ ଦୁର୍ବଳ ହୋଇ ପଡ଼ିଥିବାରୁ ଦୁଃଖ ଲାଗୁଛି । ଶ୍ରୀଲଙ୍କା ବିଶ୍ୱକପ ଫାଇନାଲରେ ୩ ଥର ପହଂଚିଛି ଏବଂ ବର୍ତ୍ତମାନ ଏହି ଦେଶରେ କ୍ରିକେଟ ସଂକଟ ଅବସ୍ଥାରେ ପହଂଚିଛି । 

ମୁରଲୀଧରନ କହିଛନ୍ତି, କ୍ରିକେଟର ଅବସ୍ଥା ବହୁତ ଖରାପ ସ୍ଥିତିରେ ପହଂଚିଛି । ବର୍ତ୍ତମାନ ଖେଳାଳି ନିଜର ତ୍ରୁଟି ଅପେକ୍ଷା ଭୌତିକ ଲାଭ ହାସଲ କରିବାକୁ ଚାହୁଁଛନ୍ତି । ମୁଁ ଯେତେବେଳେ ଖେଳୁଥିଲି ଟଙ୍କା ରୋଜଗାର କରିବାର ସହଜ ନଥିଲା । ୯୦ ଦଶକରେ ଏତେ ଟଙ୍କା ନଥିଲା । ଆମର ଲକ୍ଷ୍ୟ ୱିକେଟ ନେବା ଓ ରନ ସଂଗ୍ରହ କରିବାର ଥିଲା । ମାତ୍ର ଏବେ ବହୁତ ପରିବର୍ତ୍ତନ ହୋଇଯାଇଛି । ଯଦି ଖେଳାଳି ଧନ ପଛରେ ଦୌଡ଼ିବେ କ୍ରିକେଟର ମାନ ହ୍ରାସ ପାଇବା ସୁନିଶ୍ଚିତ । ତେଣୁ କ୍ରିକେଟରେ ପରିବର୍ତ୍ତନ ଆଣିବାକୁ ହେଲେ ଧନକୁ ଗୁରୁତ୍ୱ ନ ଦେଇ ଖେଳ ପ୍ରତି ଦୃଷ୍ଟି ଦେବା ଦରକାର । 

 

  • Tags:

Subscribe

National International State Sports Entertainment