ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ୬ ଜଣଙ୍କ ନାମ ତାଲିକାଭୁକ୍ତ, ୧୬ରୁ ହେବ ସାକ୍ଷାତକାର
Khabar Odisha:Sports-cricket-Six-candidates-short-listed-for-team-India-s-head-coach-s-jo

ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡ଼ିଶା): ଟିମ ଇଣ୍ଡିଆର ମୁଖ୍ୟ କୋଚ ଚୟନ ପାଇଁ ୬ ଜଣ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରାଯାଇଛି । କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କ୍ରିକେଟ ପରାମର୍ଶ କମିଟି (ସିଏସି) ସୋମବାର ଏହି ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ବର୍ତ୍ତମାନ କୋଚ ରବି ଶାସ୍ତ୍ରୀଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ପୂର୍ବତନ କୋଚ ମାଇକ ହାସନ, ପୂର୍ବତନ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏବଂ ଶ୍ରୀଲଙ୍କାର ପୂର୍ବତନ କୋଚ ଟିମ ମୁଡି, ପୂର୍ବତନ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଏବଂ ଆଫଗାନିସ୍ତାନର ପୂର୍ବତନ କୋଚ ଫିଲ ସାଇମଣ୍ଡ, ଟିମ ଇଣ୍ଡିଆର ପୂର୍ବତନ ପ୍ରବନ୍ଧକ ଲାଲଚାନ୍ଦ ରାଜପୁତ ଏବଂ ଟିମ ଇଣ୍ଡିଆର ପୂର୍ବତନ ଫିଲ୍ଡିଂ କୋଚ ରବିନ ସିଂହ ଏହି ଦୌଡ଼ରେ ସାମିଲ ଅଛନ୍ତି । 

ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଅଗଷ୍ଟ ୧୬ରୁ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରାର୍ଥୀମାନଙ୍କୁ ସିଏସି ସମ୍ମୁଖରେ ନିଜର ପ୍ରେଜେଣ୍ଟଟେଶନ ଉପସ୍ଥାପନ କରିବାକୁ ପଡିବ । ତିନି ଜଣିଆ ସିଏସି ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ସାକ୍ଷାତକାର ପରେ ଏକ ସପ୍ତାହ ମଧ୍ୟରେ ଅର୍ଥାତ ଆଗାମୀ ସପ୍ତାହ ପୂର୍ବରୁ ନିଷ୍ପତ୍ତି ନେବେ । କ୍ରିକେଟ ପରାମର୍ଶ କମିଟିରେ ଟିମ ଇଣ୍ଡିଆକୁ ନିଜର ନେତୃତ୍ୱରେ ପ୍ରଥମ ବିଶ୍ୱକପ ଦେଇଥିବା ଅଧିନାୟକ କପିଳ ଦେବଙ୍କ ବ୍ୟତୀତ ଅଂଶୁମାନ ଗାୟକୱାଡ ଓ ଭାରତୀୟ ମହିଳା ଟିମର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ୱାମୀ ଅଛନ୍ତି । 

ନିଜର କାର୍ଯ୍ୟକାଳ ସମାପ୍ତ ହୋଇଥିଲେ ମଧ୍ୟ ଟିମ ଇଣ୍ଡିଆ ସହିତ ରବି ଶାସ୍ତ୍ରୀ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି । ୱେଷ୍ଟଇଣ୍ଡିଜ ଗସ୍ତ ଯୋଗୁଁ ତାଙ୍କର କାର୍ଯ୍ୟକାଳ ୪୫ ଦିନ ଯାଏଁ ବଢ଼ାଇ ଦିଆଯାଇଛି । ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଅଧିନାୟକ ବିରାଟ କୋହଲି ପୁଣି ଥରେ ରବି ଶାସ୍ତ୍ରୀଙ୍କୁ କୋଚ କରିବାକୁ ନିଜର ଆଗ୍ରହ ଦେଖାଇଛନ୍ତି । ମାତ୍ର ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଟିମ ଇଣ୍ଡିଆ ଅଭିଯାନ ସେମିଫାଇନାଲରେ ଶେଷ ହେବା ପରେ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ବହୁ ଆଲୋଚନା ହୋଇଛି । 

ପୂର୍ବତନ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଟମ ମୁଡି ଟିମ ଇଣ୍ଡିଆର କୋଚ ପଦ ପାଇଁ ଅନ୍ୟତମ ପ୍ରାର୍ଥୀ । ଶ୍ରୀଲଙ୍କାକୁ ଏହି ବ୍ୟକ୍ତି ୨୦୦୭ ବିଶ୍ୱକପର ଫାଇନାଲ ଯାଏଁ ପହଂଚାଇପାରିଥିଲେ । ମୁଡି ୨୦୧୨ରୁ ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର କୋଚ ଅଛନ୍ତି ।  

 

  • Tags:

Subscribe

National International State Sports Entertainment