ମହେନ୍ଦ୍ର ସିଂହ ଧୋନୀଙ୍କ ଫିଟନେସର କାରଣ ହେଉଛନ୍ତି ରାମଜୀ-ଗ୍ରେଗୋରୀ
Khabar Odisha:Sports-cricket-Ramji-Srinivasan-and-Gregory-Allen-king-two-men-behind-supreme-fitness-of-MS-Dhoni-revealed

ନୂଆଦିଲ୍ଲୀ, ମଇ ୨୨ (ଖବର ଓଡ଼ିଶା): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଆୟୋଜିତ ବିଶ୍ୱକପ-୨୦୧୯ରେ ପ୍ରମୁଖ ଅଂଶଗ୍ରହଣ କରିବା ପାଇଁ ଭାରତୀୟ କ୍ରିକେଟ ଟିମ ମଙ୍ଗଳବାର ବିଳମ୍ବିତ ରାତି ଇଂଲଣ୍ଡ ଅଭିମୁଖେ ଗସ୍ତ କରିଛି । ଏହି ଟିମର ସବୁଠାରୁ ଅଧିକ ଆକର୍ଷଣ ହେଉଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଭାରତୀୟ ଟିମର ବରିଷ୍ଠ ଓ ଅଭିଜ୍ଞତା ସଂପନ୍ନ କ୍ରିକେଟରଙ୍କ ପ୍ରତି କେବଳ ଭାରତୀୟ ପ୍ରଶଂସକ ନୁହଁନ୍ତି ବରଂ ସମଗ୍ର କ୍ରିକେଟ ଦୁନିଆ ନଜର ରଖିଛି । 

ମହେନ୍ଦ୍ର ସିଂହ ଧୋନୀ ସବୁଠାରୁ ଅଧିକ ବୟସର ଖେଳାଳି କିନ୍ତୁ ତାଙ୍କର ଫିଟନେସଗତ କୌଣସି ଅସୁବିଧା ନାହିଁ । ତାଙ୍କର ଫିଟନେଓ ନେଇ କୌଣସି ସନ୍ଦେହ କରାଯାଇ ପାରିବ ନାହିଁ । ବର୍ଷ ୨୦୧୭ରେ ଧୋନୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୦୦ ମିଟର ରେସରେ ହରାଇ ଦେଇଥିଲେ ଏବଂ ଏହାର ଭିଡିଓ ୟୁଟୁବକୁ ଆଜି ବି ବହୁତ ଦେଖାଯାଉଛି । ଧୋନୀ ୩୭ ବର୍ଷର ବୟସ୍କ କିନ୍ତୁ ସଂପୂର୍ଣ୍ଣ ଭାବେ ସ୍ୱାସ୍ଥ୍ୟବାନ । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଏହି ଟିମ ଫିଟନେସକୁ ଗୁରୁତ୍ୱ ଦେଇଛି । 

ନିଜେ କୋହଲି ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ନିଜର ଫିଟନେଓ ପାଇଁ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ଏହା ବ୍ୟତୀତ ବାକି ଖେଳାଳିଙ୍କ ଫିଟନେସ ସଂପର୍କରେ ଆଲୋଚନା କରାଯାଇ ନାହିଁ । ଧୋନୀଙ୍କ ଫିଟନେସରେ ୨ ଜଣଙ୍କର ଭୂମିକା ରହିଛି । ଏହି ୨ ଜଣ ହେଲେ ଭାରତର ପୂର୍ବତନ ଟ୍ରେନର ରାମଜୀ ଶ୍ରୀନିବାସନ ଏବଂ ଗ୍ରେଗୋରୀ ଏଲାନ କିଙ୍ଗ । ଏବାବଦରେ ଜଡ଼ିତ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧୋନୀ ସ୍ୱାଭାବିକ ଭାବେ ଫିଟ ରହିଥାନ୍ତି । ଯେତେବେଳେ ଫିଟନେଓ ଚାର୍ଟ ଏବଂ ୱାର୍କଆଉଟ ରୁଟିନ କଥା ଆସେ ସେ ରାମଜୀ ଶ୍ରୀନିବାସନ ଏବଂ ଗ୍ରେଗୋରୀ ଏଲାନଙ୍କ ଠାରୁ ପରାମର୍ଶ ନେଇଥାନ୍ତି । 

 

  • Tags:

Subscribe

National International State Sports Entertainment