ଆଇପିଏଲ୍‌: ଚେନ୍ନାଇକୁ ୫ ୱିକେଟ୍‌ରେ ହରାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରାଜସ୍ଥାନ
Khabar Odisha:Sports-cricket-Rajasthan-Royals-won-by-5-wickets-against-Chennai-Super-Kings

ମୁମ୍ବାଇ, ମେ ୨୧ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୬୮ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଖେଳାଯାଇଛି । ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ୬ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା । ରାଜସ୍ଥାନ ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ ୫ ୱିକେଟ୍ ବିନିୟମରେ ହାସଲ କରିଥିଲା । ଏହି ବିଜୟର ସହିତ ରାଜସ୍ଥାନ ପଏଣ୍ଟ ଟେବୁଲର ୨ ୟ ସ୍ଥାନରେ ପହଞ୍ଚିଛି । ରାଜସ୍ଥାନ ଲିଗ୍ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ ଖେଳି ୯ଟିରେ ବିଜୟ ହାସଲ କରିଛି । ଅପରପକ୍ଷେ ଚେନ୍ନାଇ ୧୪ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲରେ ଗୁଜରାଟ ଟାଇଟନ୍ସ ଶୀର୍ଷରେ ରହିଛି । 

ରାଜସ୍ଥାନ ରୟାଲ୍ସ ପାଇଁ ପ୍ରାରମ୍ଭିକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ୫୯ ରନ୍ ସଂଗ୍ରହ କରିଥିଲେ । ସେ ୪୪ଟି ବଲ୍ ଖେଳି ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୪୦ ରନ୍ ସଂଗ୍ରହ କରିଥିଲେ । ସେ ୨ଟି ଚୌକା ଓ ୩ଟି ଛକା ମାରିଥିଲେ । ଅଧିନାୟକ ସଂଜୁ ସାମସନ୍‌ଙ୍କ ବ୍ୟାଟରୁ ୧୫ ରନ୍ ସଂଗ୍ରହ ହୋଇଥିଲା । 

ପ୍ରଥମ ପାଳିରେ ଚେନ୍ନାଇ ପକ୍ଷରୁ ମୋଇନ୍ ଅଲୀ ସର୍ବାଧିକ ୯୩ ରନ୍ କରିଥିଲେ । ସେ ୫୭ଟି ବଲ୍ ଖେଳି ୧୩ଟି ଚୌକା ଓ ୩ଟି ଛକା ମାଧ୍ୟମରେ ଏହି ରନ୍ କରିଥିଲେ । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୬ ରନ୍ କରିଥିଲେ । 

 

  • Tags:

Subscribe

National International State Sports Entertainment