କ୍ରିକେଟ ବିଶ୍ୱକପ: ଇଂଲଣ୍ଡ ଗଲା ଭାରତ, କୋହଲିଙ୍କଠୁ ପ୍ରଶଂସକଙ୍କ ୩ୟ ଟାଇଟଲ ଆଶା
Khabar Odisha:Sports-cricket-Indian-cricket-team-departs-for-ICC-cricket-world-cup-2019

ନୂଆଦିଲ୍ଲୀ, ମଇ ୨୨ (ଖବର ଓଡ଼ିଶା): କ୍ରିକେଟ ମହାକୁମ୍ଭ ଦିନିକିଆ ବିଶ୍ୱକପ ପାଇଁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ ମଙ୍ଗଳବାର ବିଳମ୍ବିତ ରାତି ଇଂଲଣ୍ଡ ଗସ୍ତ କରିଛି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟିମର ଗସ୍ତ ପୂର୍ବରୁ ଖେଳାଳିଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛି । ଭାରତୀୟ ଖେଳାଳି ମାନେ ମୁମ୍ବାଇ ଏୟାରପୋର୍ଟ ନିଜର ଫ୍ଲାଇଟ ପାଇଁ ଅପେକ୍ଷା କରିଥିବା ନଜର ଆସିଛି । 

ଫଟୋରେ ଅଧିନାୟକ ବିରାଟ କୋହଲି, ଏମଏସ ଧୋନୀ, ଶିଖର ଧାୱନ, ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ, କେଦାର ଯାଦବ ସମେତ ଅନ୍ୟ ଖେଳାଳି ଦେଖାଯାଇଛନ୍ତି । ସୂଚନାଯୋଗ୍ୟ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ ମେ’ ମାସ ୩୦ରେ ଇଂଲଣ୍ଡ ଏବଂ ୱେଲ୍ସରେ ଆରମ୍ଭ ହୋଇ ଜୁଲାଇ ୧୪ରେ ଶେଷ ହେବ । 

ଅଧିନାୟକ ବିରାଟଙ୍କ ଠାରୁ ଆଶା କରାଯାଉଛି ଯେ, ଭାରତ ତୃତୀୟ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହେବ । ଭାରତ ଏଯାଏଁ ୨ଥର ବିଶ୍ୱକପ ଜିତି ସାରିଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ୧୯୮୩ରେ ଓ ମହେନ୍ଦ୍ର ସିଂହ ଧୋନୀ ୨୦୧୧ରେ ବିଶ୍ୱକପ ଜିତି ଥିଲେ ।

ଟିମ ଇଣ୍ଡିଆର ଖେଳାଳି

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ (ୱିକେଟକିପର), କେଦାର ଜାଧବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ବିଜୟ ଶଙ୍କର, ଦିନେଶ କାର୍ତ୍ତିକ, କେଏଲ ରାହୁଲ, ରବୀନ୍ଦ୍ର ଜାଦେଜା

 

  • Tags:

Subscribe

National International State Sports Entertainment