ବେଙ୍ଗାଲୁରୁ, ଜୁନ୍ ୧୯ (ଖବର ଓଡ଼ିଶା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୫ମ ତଥା ଅନ୍ତିମ ମୁକାବିଲା ହେବ । ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ । ଶୃଙ୍ଖଳା ଏପର୍ଯ୍ୟନ୍ତ ୨-୨ରେ ଥିବାରୁ ଉଭୟ ଦଳ ଜିିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଅନ୍ତିମ ୨ଟି ମ୍ୟାଚକୁ ସମୀକ୍ଷା କଲେ ଭାରତୀୟ ଟିମ୍ ଫର୍ମରେ ଅଛନ୍ତି । ତେଣୁ ଋଷଭ ପନ୍ତଙ୍କ ବାହିନୀ ଅତିଥି ଟିମ୍ ଉପରେ ଚାପ ପ୍ରୟୋଗ କରିବାକୁ ଚାହିଁବ ।
ମ୍ୟାଚ ନିର୍ଣ୍ଣାୟକ ସ୍ଥିତିରେ ଥିବାରୁ ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ ଜିତିବା ପାଇଁ କସରତ କରିଛି । ବିଗତ ୨ଟି ମ୍ୟାଚରେ ଭାରତୀୟ କ୍ରିକେଟରମାନେ ଉଭୟ ବ୍ୟାଟିଂ ଓ ବୋଲିଂ ଲାଇନ୍ରେ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ଏହି ମ୍ୟାଚ ଉପରେ ବିଶ୍ୱର କ୍ରିକେଟ୍ପ୍ରେମୀଙ୍କ ନଜର ରହିଛି । ସୂଚନାଯୋଗ୍ୟ, ଭାରତ ପ୍ରଥମ ୨ଟି ମ୍ୟାଚ (ନୂଆଦିଲ୍ଲୀ ଓ କଟକ)ରେ ଯଥାକ୍ରମେ ୭ ଓ ୪ ୱିକେଟରେ ପରାସ୍ତ ହୋଇଥିଲା । କିନ୍ତୁ ବିଶାଖାପାଟଣା ଓ ରାଜକୋଟରେ ଯଥାକ୍ରମେ ୪୮ ଓ ୮୨ ରନ୍ରେ ମ୍ୟାଚ ଜିତିଥିଲା ।