ସିରିଜରେ ଖାଓ୍ଵାଜଙ୍କ ଦ୍ଵିତୀୟ ଶତକ, ସିରିଜ୍ ବିଜୟ ପାଇଁ ଭାରତ ସାମ୍ନାରେ ବିଜୟ ଲକ୍ଷ୍ୟ ୨୭୩ ରନ
Khabar Odisha:Sports-cricket-Australia-gave-273-target-to-india-in-5th-odi
ନୂଆଦିଲ୍ଲୀ,ମାର୍ଚ୍ଚ୧୩(ଖବର ଓଡ଼ିଶା):

ଉସମାନ ଖାଓ୍ଵଜାଙ୍କ ସିରିଜରେ ଦ୍ଵିତୀୟ ଶତକ ଓ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଅର୍ଦ୍ଧଶତକ ବଳରେ ଫିରୋଜଶାହା କୋଟଲା ଷ୍ଟାଡିୟମରେ ଖେଳାଯାଉଥିବା ସିରିଜର ନିର୍ଣ୍ଣାୟକ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ  ୯ ଓ୍ଵିକେଟ୍ ହରାଇ ୨୭୨ ରନ କରିଛି। ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବା ପାଇଁ ଭାରତ ସମ୍ମୁଖରେ ରହିଛି ୨୫୧ ରନର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖାଓ୍ଵଜା ୧୦୦ ଏବଂ ପିଟର ୫୨ ରନ କରିଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୩ ଏବଂ ମହମ୍ମଦ ସାମି ଓ ରବିନ୍ଦ୍ର ଜାଡ଼େତା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଗତ ମ୍ୟାଚ୍ ପରି ଦୁଇ ଓପନର ଉସମାନ ଖାଓ୍ଵଜା ଓ ଆରୋନ ଫିଞ୍ଚ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟରେ ୭୬ ରନ ଯୋଡିଥିଲେ। ଏହି ସ୍କୋରରେ ଅଧିନାୟକ ଫିଞ୍ଚଙ୍କୁ ବୋଲ୍ଡ କରି ରବିନ୍ଦ୍ର ଜାଡ଼େଜା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଖାଓ୍ଵଜା ଓ ପିଟର ହ୍ୟାଣ୍ଡସ୍କମ୍ବ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟରେ ୯୯ ରନ ଯୋଡି ଦଳକୁ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ୧୭୫ ରନ ସ୍କୋରରେ ଖଓ୍ଵାଜାଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଏହି ଯୋଡି ଭାଙ୍ଗିଥିଲେ। ଖାଓ୍ଵଜା ୧୦୬ ବଲରୁ ୧୦ ଚୌକା  ଓ ୨ ଛକା ବଳରେ ୧୦୦ ରନ କରି ପାଭିଲିୟନ ଫେରିଥିଲେ।  ସିରିଜରେ ଏହା ହେଉଛି ତାଙ୍କର ଦ୍ଵିତୀୟ ଶତକ ଏବଂ ଦିନିକିଆ କ୍ୟାରିୟରରେ ମଧ୍ୟ ଦ୍ଵିତୀୟ ଶତକ। 

ଖାଓ୍ଵଜାଙ୍କ ଆଉଟ୍ ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ୧୭୮ ରନ ସ୍କୋରରେ ଗ୍ଲେନ ମ୍ୟାକ୍ସଓ୍ଵେଲ(୧) ଆଉଟ୍ ହୋଇଥିଲେ। ଏହା ପରେ ଭଲ ବ୍ୟାଟିଂ କରୁଥିବା ପିଟର ହ୍ୟାଣ୍ଡସ୍କମ୍ବ ୫୨ ରନ କରି ପାଭିଲିୟନ ଫେରିଥିଲେ। ପିଟରଙ୍କ ଆଉଟ୍ ପରେ ଅଷ୍ଟ୍ରେଲିଆର ରନ ଗତି ଧିମେଇ ଯାଇଥିଲା। ଶେଷ ଆଡକୁ ମାର୍କ୍ସ ଷ୍ଟୋଇନିସ ୨୦, ଆଷ୍ଟନ ଟର୍ଣ୍ଣର ଓ ଝେ ରିଚାର୍ଡସନ ୨୯ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍ ହରାଇ ୨୭୨ ରନ କରିଥିଲା। 

ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୩ଟି ସଫଳତା ପାଇଥିଲେ। ଏହି ପରି ମହମ୍ମଦ ସାମି ୨, ରବିନ୍ଦ୍ର ଜାଡ଼େଜା ୨ ଓ କୁଲଦୀପ ଯାଦବ ଗୋଟିଏ ସଫଳତା ପାଇଥିଲେ।

  • Tags:

Subscribe

National International State Sports Entertainment