ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦ (ଖବର ଓଡ଼ିଶା): ଟି-୨୦ ବିଶ୍ୱକପ-୨୦୨୨ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି । ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରା ବ୍ୟାକ ଷ୍ଟ୍ରେସ୍ ଫ୍ୟାକ୍ଚର କାରଣରୁ ଅଷ୍ଟ୍ରେଲିଆରେ ଆୟୋଜିତ ଆଗାମୀ ଟି-୨୦ରୁ ବାହାର ହୋଇଯାଇଛନ୍ତି । ଜସପ୍ରୀତ ବୁମରା ବାହାରି ଯିବା ପରେ ଦେଖିବାକୁ ହେବ ଯେ, କେଉଁ ଖେଳାଳିଙ୍କୁ ଭାରତୀୟ ଟିମ୍ରେ ସୁଯୋଗ ମିଳୁଛି । ମାତ୍ର କୌଣସି ଜଣେ ଦ୍ରୁତବୋଲରଙ୍କୁ ଏଥିରେ ଯୋଡ଼ାଯିବ ।
ବୁମରାଙ୍କ ସ୍ଥାନ ନେବା ପାଇଁ ମହମ୍ମଦ ଶାମୀ, ଦୀପକ ଚାହର ଓ ମହମ୍ମଦ ସିରାଜ ଭଳି ଭାରତୀୟ ଖେଳାଳି ଏହି ସୁଯୋଗକୁ ଅପେକ୍ଷା କରିଛନ୍ତି । କିନ୍ତୁ ଦେଖାଯିବ ଯଦି ମହମ୍ମଦ ସିରାଜଙ୍କୁ ସାମିଲ କରାଯିବା, ଟିମ୍ ଇଣ୍ଡିଆ ପାଇଁ ଅଧିକ ଲାଭ ହୋଇପାରେ । ସିରାଜ ଫର୍ମ ଯଦି ଦେଖିବା, ସେ ଆଗାମୀ ଟି-୨୦ ବିଶ୍ୱକପରେ ସ୍ଥାନ ପାଇପାରନ୍ତି ।
ଗତବର୍ଷ ଅଷ୍ଟ୍ରେିଲିଆକୁ ଗାବାରେ ଭାରତ ପରାସ୍ତ କରି ଇତିହାସ ରଚିଥିଲା । ଏହି ଟେଷ୍ଟରେ ସିରାଜ ୨ୟ ପାଳିରେ ୫ଟି ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ମାଟିରେ ସିରାଜ ଟି-୨୦ ଖେଳି ନାହାନ୍ତି । କିନ୍ତୁ ଅଷ୍ଟ୍ରେଲିଆରେ ୩ ଟେଷ୍ଟ ମ୍ୟାଚ ଖେଳି ୧୩ଟି ୱିକେଟ ନେଇଛନ୍ତି । ସେ ପଡ଼ିଆରେ ପଜିଟିଭ ରହିଥାନ୍ତି । ଏଥି ସହିତ ସେ ପାୱାର ପ୍ଲେ ଓଭରରେ ମଧ୍ୟ ଭଲ ବୋଲିଂ କରିପାରନ୍ତି ।