କେପ୍ଟାଉନ୍, ଜାନୁଆରୀ ୦୮ (ଖବର ଓଡ଼ିଶା): ଭାରତୀୟ ଟିମ୍ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ଟେଷ୍ଟ ଶୃଙ୍ଖଳାର ୩ୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆସନ୍ତା ୧୧ ତାରିଖ ଠାରୁ କେପ୍ଟାଉନ୍ରେ ଖେଳାଯିବ। ବର୍ତ୍ତମାନ ଯାଏଁ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଫଳରେ ଶୃଙ୍ଖଳା ୧-୧ରେ ଅଛି। ନ୍ୟୁଲାଣ୍ଡସ୍ର ଏହି ପଡ଼ିଆରେ ଯଦି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ରେକର୍ଡ ଦେଖାଯିବ, ତା’ହେଲେ ତା’ହେଲେ ବିରାଟ କୋହଲି ଓ ଚେତଶ୍ବେର ପୂଜାରାଙ୍କ ତୁଳନାରେ ରବିଚନ୍ଦ୍ରନ ଅଶ୍ବିନଙ୍କ ବ୍ୟାଟିଂ ପ୍ରଦର୍ଶନ ବହୁତ ଭଲ ରହିଛି। ଏହି ପଡ଼ିଆରେ ଏପର୍ଯ୍ୟନ୍ତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ୫୦୦ ଟେଷ୍ଟ ରନ୍ କରିପାରିନାହାନ୍ତି।
ବିରାଟ କୋହଲି ନ୍ୟୁଲାଣ୍ଡସ୍ର ଏହି ଷ୍ଟାଡିୟମ୍ରେ ଏପର୍ଯ୍ୟନ୍ତ ବିରାଟ କୋହଲି ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ୨ଟି ପାଳିରେ ୧୬.୫୦ ହାରରେ ୩୩ ରନ୍ ସଂଗ୍ରହ କରିଛନ୍ତି। ଚେତେଶ୍ବର ପୂଜାରାଙ୍କ ମଧ୍ୟ ଏଠାରେ ଭଲ ରେକର୍ଡ ନାହିଁ। ପୂଜାର ୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ୩ଟି ପାଳିରେ ୧୦.୬୬ ହାରରେ ୩୨ ରନ୍ ସଂଗ୍ରହ କରିଛନ୍ତି। ରବିଚନ୍ଦ୍ରନ ଅଶ୍ବିନ ଏହି ପଡ଼ିଆରେ ଗୋଟିଏ ଟେଷ୍ଟ ଖେଳିଥିବା ବେଳେ ୨ଟି ପାଳିରେ ସେ ୨୪.୫୦ ହାରରେ ୪୯ ରନ୍ ସଂଗ୍ରହ କରିଛନ୍ତି।
କେପ୍ଟାଉନ୍ରେ ଭାରତୀୟ କ୍ରିକେଟରଙ୍କ ସ୍କୋର
-ସଚିନ ତେନ୍ଦୁଲକର (୪ଟେଷ୍ଟ) ୪୮୯ ରନ୍
-ସୌରଭ ଗାଙ୍ଗୁଲି (୨ଟେଷ୍ଟ) ୧୬୫ ରନ୍
-ଗୌତମ ଗମ୍ଭୀର (୧ଟେଷ୍ଟ) ୧୫୭ ରନ୍
-ରାହୁଲ ଦ୍ରାବିଡ଼ (୩ଟେଷ୍ଟ) ୧୨୬ ରନ୍
-ମହମ୍ମଦ ଆଝାରୁଦ୍ଦୀନ (୨ଟେଷ୍ଟ) ୧୨୪ ରନ୍