ନୂଆଦିଲ୍ଲୀ, ଜୁନ୍ ୨୩ (ଖବର ଓଡ଼ିଶା): ଭାରତୀୟ ଟିମ୍କୁ ଆୟରଲାଣ୍ଡ ଗସ୍ତରେ ୨ଟି ଟି-୨୦ ମ୍ୟାଚର ଶୃଙ୍ଖଳା ଖେଳିବାର ଅଛି । ଆୟରଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । ଆୟରଲାଣ୍ଡ ଗସ୍ତ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ସାମିଲ ହୋଇ ନାହାନ୍ତି । ତେଣୁ ବିରାଟ କୋହଲିଙ୍କ ସ୍ଥାନରେ ୩ୟ କ୍ରମରେ ପଡ଼ିଆକୁ କିଏ ଓହ୍ଲାଇବେ, ତାହା ବଡ଼ ଚିନ୍ତା ।
ଆୟରଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ଷ୍ଟାର ଖେଳାଳି ସୂର୍ଯ୍ୟକୁମାର ଯାଦବ ଫେରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ଆଇପିଏଲ୍-୨୦୨୨ ସମୟରେ ଆଘାତ ଲାଗିଥିଲା । ଯୁବ ଖେଳାଳି ସୂର୍ଯ୍ୟକୁମାର ଏବେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇସାରିଛନ୍ତି । ସେ ବିରାଟଙ୍କ ସ୍ଥାନରେ ୩ୟ କ୍ରମରେ ପଡ଼ିଆକୁ ଓହ୍ଲାଇପାରନ୍ତି । ତାଙ୍କ ପାଖରେ ଭଲ ଅଭିଜ୍ଞତା ରହିଛି । ଟିମ ଇଣ୍ଡିଆର ସ୍କୋର ବଢ଼ାଇବାରେ ସୂର୍ଯ୍ୟକୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରନ୍ତି ।
ସୂର୍ଯ୍ୟକୁମାର ଭଲ ଫର୍ମରେ ଅଛନ୍ତି । ସେ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ବହୁତ ରନ କରିଛନ୍ତି । ଆଇପିଏଲ-୨୦୨୨ର ୮ଟି ମ୍ୟାଚରେ ୩୦୩ ରନ୍ କରିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ପାଖରେ ଅପାର ପ୍ରତିଭା ଲୁଚି ରହିଛି । ସୁଯୋଗ ମିଳିଲେ ସେ ବଡ଼ ଖେଳାଳି ହୋଇପାରିବେ ।