ଫ୍ରେଞ୍ଚ ଓପନ: ଷ୍ଟେଫାନୋସ ସିତସିପାସଙ୍କୁ ହରାଇ ୧୯ତମ ଗ୍ରାଣ୍ଡ ସ୍ଲାମ ଜତିିଲେ ଜୋକୋଭିକ୍‌
Khabar Odisha:Sports-French-Open-2021-Novak-Djokovic-beats-Stefanos-Tsitsipas-to-win-his-19th-Grand-Slam-title

ପ୍ୟାରିସ୍‌, ଜୁନ ୧୪ (ଖବର ଓଡ଼ିଶା): ବିଶ୍ୱର ୧ନମ୍ବର ଟେନିସ ତାରକା ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ସେ ଫାଇନାଲ ମୁକାବିଲାରେ ଷ୍ଟେଫାନୋସ ସିତସିପାସଙ୍କୁ ୬-୭, ୨-୬,୬-୩,୬-୪ରେ ପରାସ୍ତ କରିଛନ୍ତି । ସର୍ବିଆର ଏହି ଖେଳାଳିଙ୍କୁ ପ୍ରଥମ ୨ଟି ସେଟରେ ପରାସ୍ତ ହେବାକୁ ପଡ଼ିଥିଲା । କିନ୍ତୁ ସେ ୩ୟ ସେଟରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରି ଲଗାତାର ଜିତିଥିଲେ । ସେ ତାଙ୍କ ନାଁରେ ୧୯ତମ ଗ୍ରାଣ୍ଡ ସ୍ଲାମ କରିଛନ୍ତି । ଏଥି ସହିତ ରାଫେଲ ଦାଦାଲ ଓ ରୋଜର ଫେଡରରଙ୍କ ନିକଟତର ହୋଇଛନ୍ତି । ଜୋକୋଭିକ ଓପନରେ ୨ ଥର କ୍ୟାରିୟର ଗ୍ରାଣ୍ଡ ସ୍ଲାମ ପୂରା କରିବାରେ ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି । 

ପଂଚମ ୱରୀୟ ସିତସିପାସ ପ୍ରଥମ ୨ଟି ସେଟରେ ୭-୬, ୬-୨ରେ ଜିତି ଭଲ ଆରମ୍ଭ କରିଥିଲେ । କିନ୍ତୁ ଜୋକୋଭିକ ପରବର୍ତ୍ତୀ ସମୟରେ ୬-୩,୬-୨ରେ ବିଜୟୀ ହୋଇଥିଲେ । ନିର୍ଣ୍ଣାୟକ ସେଟରେ ଜୋକୋଭିକ ୩ୟ ଗେମରେ ସିତସିତପାସଙ୍କ ସର୍ଭିସ ଅତିକ୍ରମ କରି ଆଗକୁ ବଢ଼ିଥିଲେ । 

ଜୋକୋଭିକଙ୍କ ପାଖଷର ୫ମ ଗେମରେ ମଧ୍ୟ ୟୁନାନ ଖେଳାଳିଙ୍କ ସର୍ଭିସ ଅତିକ୍ରମ କରିବାରେ ସୁଯୋଗ ଥିଲା । କିନ୍ତୁ ସେ ଏହା କରିପାରି ନଥିଲେ । ସର୍ବିଆର ଖେଳାଳି ଏହା ପରେ ୧୦ମ ଗେମରେ ନିଜର ସର୍ଭିସ ଜାରି ରଖି ବିଜୟ ହାସଲ କରିଥିଲେ । ଜୋକୋଭିକ ଏବେ ରୋଜର ଫେଡରର ଓ ରାଫେଲ ନାଦାଲଙ୍କ ରେକର୍ଡ ୨୦ ଗ୍ରାଣ୍ଡ ସ୍ଲାମ ଟାଇଟଲ ସମାନ ସ୍ତରକୁ ଆସିବା ପାଇଁ ଗୋଟିଏ ପାଦ ପଛରେ । 

 

  • Tags:

Subscribe

National International State Sports Entertainment