ଆଇପିଏଲ୍‌: ପଂଜାବକୁ ୭ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ
Khabar Odisha:Sports-Delhi-Capitals-beats-Punjab-Kings-by-7-wickets-in-IPL-match-at-Ahmedabad

ନୂଆଦିଲ୍ଲୀ, ମେ ୦୩ (ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୧୪ର ୨୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ପଂଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ଦିଲ୍ଲୀ ପଏଣ୍ଟ ତାଲିକାର ଶୀର୍ଷରେ ପହଂଚିଛି । ଦିଲ୍ଲୀ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ୬ଟିରେ ବିଜୟ ହାସଲ କରିଛି ଏବଂ ୧୨ ପଏଣ୍ଟ ସହିତ ଶୀର୍ଷ ସ୍ଥାନ ଦଖଲ କରିଛି । ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୧୦ଟି ମ୍ୟାଚରୁ ୭ଟି ବିଜୟୀ ହୋଇଛି । 

ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିଲ୍ଲୀ ଟସ ଜିଣି ପ୍ରଥମେ ପଂଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଅଧିନାୟକ ମୟଙ୍କ ଅଗ୍ରୱାଲ ଅପରାଜିତ ୯୯ ରନ ବଳରେ ଟିମ ୨୦ ଓଭରରେ ୬ଟି ୱିକେଟ ହରାଇ ୧୬୬ ରନ୍ କରିଥିଲା । ଜବାବରେ ଦିଲ୍ଲୀ ଟିମ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ୧୭.୪ ଓଭରରେ ୩ ୱିକେଟ ହରାଇ ହାସଲ କରିଥିଲା । ଶିଖର ଧୱନ (୬୯) ଓ ସିମରର ହେଟମେୟର (୧୬) ଅପରାଜିତ ଥିଲେ । 

ଶିଖର ଧୱନ ଓ ପୃଥ୍ୱୀ ଓ (୩୯) ଭଲ ଆରମ୍ଭ କରିଥିଲେ । ଉଭୟ ଖେଳାଳି ପ୍ରଥମ ୱିକେଟ ଲାଗି ୬.୧ ଓଭରରେ ୬୩ ରନ ଯୋଡ଼ିଥିଲେ । ପୃଥ୍ୱୀଙ୍କୁ ହରପ୍ରୀତ ବରାଦ ବୋଲ୍ଡ କରିଥିଲେ । ଏହା ପରେ ଷ୍ଟିଭ ସ୍ମିଥ (୨୪) ଦ୍ୱିତୀୟ ୱିକେଟ ଧୱନଙ୍କ ସହିତ ୪୮ ରନ୍ ଯୋଡ଼ିଥିଲେ । 

 

  • Tags:

Subscribe

National International State Sports Entertainment