ବର୍ମିଂହାମ, ଅଗଷ୍ଟ ୦୯ (ଖବର ଓଡ଼ିଶା): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳି ଚମକପ୍ରଦ ପ୍ରଦର୍ଶନ କରିଛନ୍ତି । ଏଥର ଭାରତକୁ ୬୧ଟି ପଦକ ଆସିଛି, ଯେଉଁଥିରେ କି ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି କାଂସ୍ୟ ରହିଛି । ଏହି ଅଦ୍ଭୂତ ପ୍ରଦର୍ଶନ କାରଣ ଯୋଗୁଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମେଡାଲ ତାଲିକାରେ ଭାରତ ୪ର୍ଥ ସ୍ଥାନରେ ରହିଛି । କ୍ରୀଡ଼ାର ଶେଷ ଦିନରେ ସୋମବାର ଭାରତୀୟ କ୍ରୀଡ଼ାବିତ୍ମାନେ ୪ଟି ସ୍ୱର୍ଣ୍ଣ ସହ ମୋଟ ୬ଟି ପଦକ ହାସଲ କରିଛନ୍ତି । ଏହି ୪ଟି ମେଡାଲରୁ ୩ଟି କେବଳ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ପ୍ରାପ୍ତି ହୋଇଛି ।
ତେବେ ଆସନ୍ତୁ ଜାଣିବା କେଉଁମାନେ ଆଣିଲେ ସ୍ୱର୍ଣ୍ଣ ପଦକ
-ମୀରାବାଇ ଚାନୁ (ୱେଟଲିଫ୍ଟିଙ୍ଗ)
-ଜେରେମୀ ଲାଲରିନୁଗା (ୱେଟଲିଫ୍ଟିଙ୍ଗ)
-ଅଚିନ୍ତା ଶେଉଳୀ (ୱେଟଲିଫ୍ଟିଙ୍ଗ)
-ମହିଳା ଟିମ (ଲନ୍ବଲ୍ସ)
-ପୁରୁଷ ଟିମ୍ (ଟେବୁଲ ଟେନିସ)
-ସୁଧୀର (ପାରା ପାୱାରଲିଫ୍ଟି୍ଙ୍ଗ)
-ବଜରଂଗ ପୁନିଆ (କୁସ୍ତି)
-ସାକ୍ଷୀ ମଲିକ (କୁସ୍ତି)
-ଦୀପକ ପୁନିଆ (କୁସ୍ତି)
-ରବି କୁମାର ଦହିଆ (କୁସ୍ତି)
-ବିନେଶ ଫୋଗାଟ (କୁସ୍ତି)
-ନବୀନ କୁମାର (କୁସ୍ତି)
-ଭାବିନା ପଟେଲ (ପାରା ଟେବୁଲ ଟେନିସ)
-ନୀତୁ ଘଂଘସ (ବକ୍ସିଂ)
-ଅମିତ ପଂଘଲ (ବକ୍ସିଂ)
-ଏଲ୍ଡହାସ (ଟ୍ରିପଲ ଜମ୍ପ)
-ନିକହତ ଜରୀନ (ଟ୍ରିପଲ ଜମ୍ପ)
-ଅଚନ୍ଦ ଓ ଶ୍ରୀଜା ଅକୁଲା (ଟେବୁଲ ଟେନିସ)
-ପିଭି ସିନ୍ଧୁ (ବ୍ୟାଡମିଣ୍ଟନ)
-ଲକ୍ଷ୍ୟ ସେନ (ବ୍ୟାଡମିଣ୍ଟନ)
-ସାତ୍ୱିକ ଓ ଚିରାଗ (ବ୍ୟାଡମିଣ୍ଟନ)
-ଅଚନ୍ତ ଶରତ କମଲ (ଟେବୁଲ ଟେନିସ)