ବାବର ଆଜମଙ୍କ ବଡ଼ ରେକର୍ଡ: ପଛରେ ପଡ଼ିଲେ ବିରାଟ କୋହଲି ଓ ହାସିମ ଆମଲା
Khabar Odisha:Sports-Babar-Azam-breaks-Virat-Kohli-and-Hashim-Amlas-record-of-fastest-13-centuries-in-one-day

ନୂଆଦିଲ୍ଲୀ, ଏପ୍ରିଲ ୦୩ (ଖବର ଓଡ଼ିଶା): ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚର ଶୃଙ୍ଖଳାର ପ୍ରଥମ ଦିନିକିଆରେ ସେଂଚୁରିଆନ୍‌ରେ ଖେଳାଯାଇଛି । ଏହି ମ୍ୟାଚରେ କଡ଼ା ମୁକାବିଲା ହୋଇଛି । ପାକିସ୍ତାନ ୩ ୱିକେଟରେ ଏହି ମ୍ୟାଚକୁ ଜିତିଛି । ଏଥି ସହିତ ପାକିସ୍ତାନୀ ଅଧିନାୟକ ବାବର ଆଜମ ଏକ ଦର୍ଶନୀୟ ଶତକ ହାସଲ କରିଛନ୍ତି । ଏହି ଶତକ ବଳରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । 

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ୨୭୪ ରନ ଲକ୍ଷ୍ୟ ପଛରେ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା । ବାବର ଆଜମ ୧୦୩ ରନ କରିଥିଲେ । ଏହି ଶତକୀୟ ଇନିଂସ ସହିତ ବାବର ଖୁବ ଶୀଘ୍ର ୧୩ଟି ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ହାସିମ ଆମଲା, ଯିଏକି ୮୩ଟି ଇନିଂସରେ ହାସଲ କରିଥିଲେ । କିନ୍ତୁ ବାବର ୭୬ଟି ଇନିଂସରେ ନିଜର ଅଭିଜ୍ଞତା ହାସଲ କରିଛନ୍ତି । ବିରାଟ କୋହଲି ୮୬ଟି ଇନିଂସରେ ୧୩ଟି ଶତକ ମାରିଥିଲେ । ମାତ୍ର ବାବର ଆଜମ ଶତକ ହାସଲ କରିବାର ପରବର୍ତ୍ତୀ ବଲରେ ଆଉଟ ହୋଇଯାଇଥିଲେ । 

 

  • Tags:

Subscribe

National International State Sports Entertainment