ଆଇ.ସି.ସି ର ଅଧ୍ୟକ୍ଷ ପଦ ଛାଡିଲେ ଶଶାଙ୍କ ମନୋହର
Khabar Odisha:Shashank-Manohar-steps-down-as-ICC-Chairman
ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା):

 

ଦୀର୍ଘ ଚାରି ବର୍ଷ ଧରି ଆଇ.ସି.ସି ଅଧ୍ୟକ୍ଷ ପଦରେ ରହିବା ପରେ ଶେଷରେ ଏହି ପଦ ଛାଡିଛନ୍ତି ଶଶାଙ୍କ ମନୋହରମନୋହରଙ୍କ ଅନୁପସ୍ଥିତିରେ ଡେପୁଟି ଚେୟାରମ୍ୟାନ ଥିବା ଇମ୍ରାନ ଖ୍ୱାଜା ଏବେ ଏହି ପଦ ସମ୍ଭାଳିବେ ବୋଲି ସୂଚନା ମିଳିଛି

 

ମନୋହର ଏହି ଦାୟିତ୍ୱ ୨୦୧୬ ମସିହାରେ ନେଇଥିଲେଆଇ.ସି.ସି ର ବିଭିନ୍ନ ମଡେଲରେ ଯେଉଁ ପରିବର୍ତ୍ତନ ହୋଇଛି ସେଥିରେ ମନୋହରଙ୍କ ବହୁ ଭୂମିକା ରହିଥିଲାତେବେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ପ୍ରତି ତାଙ୍କର ଯେଉଁ ନିଷ୍ଠା ଥିଲା ଏବଂ ତାହା ସହିତ କ୍ରିକେଟ ପ୍ରତି ତାଙ୍କର ଭଲ ପାଇବାକୁ ଇମ୍ରାନ ଖ୍ୱାଜା ପ୍ରଂଶସା କରିଛନ୍ତି

 

ଆଇ.ସି.ସି ନିୟମାନୁସାରେ ଅଧ୍ୟକ୍ଷ ହେବାକୁ ହେଲେ କୌଣସି ପୂର୍ବତନ ବୋର୍ଡର ଚେୟାରମ୍ୟାନ ହୋଇଥିବା ନିହାତି ଦରକାର

  • Tags:

Subscribe

National International State Sports Entertainment