ପ୍ରଥମ ଭାରତୀୟ ଭାବେ ସିପିଏଲ ଖେଳିବେ ପ୍ରବୀଣ ତାମ୍ବେ
Khabar Odisha:Pravin-Tambe-sign-up-for-CPL-2020
ନୂଆଦିଲ୍ଲୀ, ଜୁଲାଇ ୦୬ (ଖବର ଓଡ଼ିଶା):


ଭେଟେରାନ୍ ଲେଗ୍ ସ୍ପିନର ପ୍ରବୀନ୍ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି ଯିଏକି ଡ୍ରାଫ୍ଟ ପ୍ରକ୍ରିୟାରେ ତ୍ରିନବାଗୋ ନାଇଟ୍ ରାଇଡର୍ସଙ୍କ ସହ ଚୁକ୍ତି କରିବା ପରେ ସିପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ ଖେଳିବାକୁ ଯାଉଛନ୍ତି । 



ସିପିଏଲରେ ଗୁଇନା ଆମାଜନ ୱାରିୟର୍ସ ପାଇଁ ଖେଳିଥିବା ରସିଦଙ୍କୁ ଡିଫେଣ୍ଡିଂ ଚାମ୍ପିଅନ୍ ବାରବାଡୋସ୍ ଟ୍ରାଇଡେଣ୍ଟସ୍ ପାଇଁ ଏହି ସିଜିନରେ ଖେଳିବେ । ଏହି ଫ୍ରାଞ୍ଚାଇଜ୍ ଇଂଲଣ୍ଡ ଓପନର୍ ଆଲେକ୍ସ ହାଲ୍ସ ଏବଂ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଷ୍ଟୋଇନିସ୍‌ଙ୍କୁ ମଧ୍ୟ ସାଇନ୍ କରିଛି । ଫ୍ରାଞ୍ଚାଇଜ୍ ର ଅନ୍ୟ ବିଦେଶୀ ଖେଳାଳିମାନେ ହେଉଛନ୍ତି ହ୍ୟାରି ଗୁର୍ନି ଏବଂ ରହମାନୁଲ୍ଲା ଗୁରୁବାଜ୍ ।


ଅନ୍ୟ ପଟେ ତମ୍ବେ ତ୍ରିନବାଗୋ ପାଇଁ ଖେଳିବେ । ୪୮ ବର୍ଷୀୟା ଏହି ସ୍ପିନର ଆଇପିଏଲରେ ରାଜସ୍ଥାନ ରୟାଲ୍ସ, ଗୁଜୁରାଟ ଲାୟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଛନ୍ତି । ସେ ୨୦୨୦ ଆଇପିଏଲ୍‌ରେ ପାଇଁ କୋଲକାତା ନାଇଟ୍ ରାଇଡର୍ସ ସହିତ ଏକ ଚୁକ୍ତିନାମା ମଧ୍ୟ କରିଥିଲେ, କିନ୍ତୁ ପରେ ୟୁଏଇରେ ଆୟୋଜିତ ଟି-୧୦ ରେ ଖେଳିଥିଲେ ।


ଗୟାନା ଆମାଜନ ୱାରିୟର୍ସ ଗତ ବର୍ଷର ସିପିଏଲରେ ଖେଳିଥିବା ୧୩ ଜଣ କ୍ରିକେଟରଙ୍କୁ ରଖିଛନ୍ତି । ଫ୍ରାଞ୍ଚାଇଜ୍ ଅଭିଜ୍ଞ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଟେଲର ଏବଂ ଆଫଗାନିସ୍ତାନର ମଧ୍ୟମ ପେସର୍ ନବୀନ-ଉଲ୍‌-ହକ୍‌ଙ୍କୁ ମଧ୍ୟ ସାମିଲ କରିଛି । ଇମ୍ରାନ ତାହିର, କ୍ରିସ୍ ଗ୍ରୀନ୍‌, ବ୍ରେଣ୍ଡନ୍ କିଙ୍ଗ, ଶିମ୍ରନ୍ ହେଟମିୟର, କେମୋ ପଲ୍ ଏବଂ ଶେର୍ଫେନ୍ ରାଉଟରଫୋର୍ଡ ଆଦି ଖେଳାଳି ଏହି ଦଳରେ ରହିଛନ୍ତି । ସେହିପରି ସେଣ୍ଟ୍ ଲୁସିଆ ଜୁକ୍ସ ପକ୍ଷରୁ ଗେଲଙ୍କୁ ଖେଳୁଥିବାର ଦେଖିବାକୁ ମିଳିବନି । ଏହି ଦଳ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଅନ୍ରିଚ୍ ନର୍ଟେଜେ ଏବଂ ରିଏଲ ରୋସୋଓଙ୍କୁ ସ୍ୱାକ୍ଷର କରିଛନ୍ତି ।


ସିପିଏଲ ୨୦୧୯ ରେ ଏଲିମିନେଟର ପର୍ଯ୍ୟାୟରେ ପଂହଚିଥିବା ସେଣ୍ଟ କିଟ୍ସ ଏବଂ ନେଭିସ୍ କ୍ରିସ୍ ଲିନ୍ ଏବଂ ବେନ୍ ଡଙ୍କ ଅଷ୍ଟ୍ରେଲିୟ ଯୋଡି ସାଇନ୍ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଲେଗ ସ୍ପିନର ଇଶ ସୋଡି, ପାକିସ୍ତାନର ଭେଟେରାନ ମିଡିଲ ପେସର ସୋହେଲ ତାନଭୀର ମଧ୍ୟ ଏହି ଦଳରେ ରହିଛନ୍ତି । ସେହିପରି ଫାବିଆନ୍ ଆଲେନ୍‌, ଇଭିନ୍ ଲୁଇସ୍‌, ଶେଲଡନ୍ କୋଟ୍ରେଲ ଏବଂ ରାୟାଦ ଏମ୍ରିତ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।


ସିପିଏଲ୍ ୨୦୧୯ ରେ ନିମ୍ନ ସ୍ଥାନରେ ରହିଥିବା ଜାମାଇକା ତାଲାୱାସ ଅଲରାଉଣ୍ଡର ବ୍ରାଥୱାଇଟ୍‌ଙ୍କୁ ଦଳରେ ସାମିଲ କରିଛି । ନେପାଳର ଲେଗ୍ ସ୍ପିନର ସନ୍ଦୀପ ଲାମିଚେନ୍ ଏବଂ ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର ଟାବ୍ରାଇଜ୍ ଶାମସି ମଧ୍ୟ ଜାମାଇକା ଫ୍ରାଞ୍ଚାଇଜ୍ ପାଇଁ ଖେଳିବେ । ଏହି ଦଳରେ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲିଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି । ଗତ ବର୍ଷ ଫ୍ରାଞ୍ଚାଇଜ୍‌ର ଅଗ୍ରଣୀ ରନ୍‌-ଗେଟର୍ ଥିବା ଗ୍ଲେନ୍ ଫିଲିପ୍ସ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଆଣ୍ଡ୍ରେ ରସେଲ, ରୋଭମାନ ପାୱେଲ ଏବଂ ଓଶାନ ଥୋମାସ ମଧ୍ୟ ଏହି ଦଳରେ ରହିଛନ୍ତି ।


ଏହି ଟୁର୍ନାମେଣ୍ଟ ଅଗଷ୍ଟ ୧୮ ରେ ଆରମ୍ଭ ହେବ ଏବଂ ସେପ୍େଟମ୍ବର ୧୦ ରେ ଶେଷ ହେବ ।

  • Tags:

Subscribe

National International State Sports Entertainment