IND vs SA: ରାଞ୍ଚିରେ ରୋହିତଙ୍କ ବ୍ୟାଟରୁ ବର୍ଷିଲା ରନ, ଶତକ ହାସଲ ସହ ରଚିଲେ ଇତିହାସ
Khabar Odisha:National-sports-INDvSA-Rohit-Sharma-Smashes-Century-In-Ranchi-Test-And-Breaks-Many-Records
ରାଞ୍ଚି,ଅକ୍ଟୋବର ୧୯ (ଖବର ଓଡ଼ିଶା):

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଞ୍ଚିର ଜେଏସସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଶୃଙ୍ଖଳାର ତୃତୀୟ ଏବଂ ଶେଷ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଚମତ୍କାର ବ୍ୟାଟିଂର ପ୍ରଦର୍ଶନ କରି ଶତକ ହାସଲ କରିଛନ୍ତି । ଏହା ଟେଷ୍ଟ କ୍ରିକେଟର ରୋହିତଙ୍କ ଷଷ୍ଠ ଶତକ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ପ୍ରାରିମ୍ଭିକ ବିପର୍ଯୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ସେସନରେ ହିଁ ଦଳ 39 ରନରେ ନିଜର ତିନୋଟି ଗୁରୁତ୍ୱପୂର୍ଣ୍ଣ ୱାକେଟ ହରାଇଥିଲ । ଲଗାତାର ୱିକେଟ ଯିବା ପରେ ରୋହିତ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପରିବର୍ତ୍ତେ ସ୍ଥିତି ଅନୁସାରେ ଖେଳିବା ଆରମ୍ଭ କରି ଦଳକୁ ବିପରିତ ସ୍ଥିତିରୁ ବାହାର କରିଥିଲେ । 

ଲଞ୍ଚ ପରେ ରୋହିତ ଶର୍ମା ପଡିଆକୁ ଓହ୍ଲାଇ ନିଜର ଆକ୍ରାମକ ରୁପରେ ବ୍ୟାଟିଂ କରି ପ୍ରଥମେ 86ଟି ବଲରୁ ଅର୍ଦ୍ଧଶତକ ଏବଂ ପରେ ଦ୍ରୁତ ଗତିରେ ରନ ସଂଗ୍ରହ କରି 130ଟି ବଲ ଖେଳି ସିଜିରେ ନିଜର ତୃତୀୟ ଶତକ ହାସଲ କରିଥିଲେ । ଶତକ ହାସଲ କରିବା ସହ ରୋହିତ ଗୋଟିଏ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । ରୋହିତ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଉଥିବା ସିରିଜରେ 16ଟି ଛକା ମାରିସାରିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଉଥିବା ଏହି ସିରିଜରେ ପ୍ରଥମଥର ପାଇଁ ଭାରତର ଟେଷ୍ଟ ମ୍ୟାଚରେ ଓପନିଂ କରିବାର ସୁଯୋଗ ପାଇଥିଲେ । ସିରିଜର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ 176 ରନ ହାସଲ କରିଥିଲେ, ସେହିପରି ଦ୍ୱିତୀୟ ପାଳିରେ 127 ରନ ହାସଲ କରିଥିଲେ । ରାଞ୍ଚିରେ ହାସଲ କରିଥିବା ଶତକ ରୋହିତଙ୍କ କ୍ୟାରିୟର ଷଷ୍ଠ ତମ ଶତକ । ରୋହିତଙ୍କ ଇନିଂସରେ 13ଟି ଚୌକା ଏବଂ 4ଟି ଛକା ସାମିଲ ରହିଛି । 

ଛକା ମାରି ଶତକ ହାସଲ କରିବା ସହ ରୋହିତ ନିଜର ଟେଷ୍ଟ କ୍ୟାରିୟରର 2000 ରନ ମଧ୍ୟ ପୂରଣ କରିଥିଲେ । ଏହାସହ ସିରିଜରେ ରୋହିତ ଶର୍ମା 400 ରନ ପୂରଣ ହୋଇଛି । ସେ ଏହି ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ରନ, ଅଧିକ ଶତକ, ଅଧିକ ଚୌକା, ଅଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । 

ପଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ମ୍ୟାଚରେ ଶତକୀୟ ପାଳି ଖେଳିଥିବା ମୟଙ୍କ ଅଗ୍ରୱାଲ 19ଟି ବଲରୁ 10 ରନ ସଂଗ୍ରହ କରି ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ପୂଜାରା ନିଜର ଖାତା ନଖୋଲି ପାଭିଲିୟନ ଫେରିଥିଲେ । ତୃତୀୟ ୱିକେଟ ବିରାଟ କୋହଲିଙ୍କ ରୁପରେ ପଡିଥିଲା । କୋହଲି 12 ରନର ବ୍ୟକ୍ତିଗକ ସ୍କୋରରେ ଏନରିଚଙ୍କ ଶିକାର ହୋଇଥିଲେ । 

Subscribe

National International State Sports Entertainment