ଅତ୍ୟଧିକ ଟି - ଟ୍ୱେଣ୍ଟି କ୍ରିକେଟ ଯୋଗୁଁ ସ୍ପିନ ବୋଲିଂଗ ତାର ଅସ୍ତିତ୍ବ ହରାଉଛି - ମୁରଲୀ କାର୍ତ୍ତିକ
Khabar Odisha:Maximun-ti-twenty-games-are-harmful-for-spinners
ନୂଆଦିଲ୍ଲୀ, ଜୁଲାଇ ୦୫ (ଖବର ଓଡ଼ିଶା):

ଅତ୍ୟଧିକ ଟି - ଟ୍ୱେଣ୍ଟି କ୍ରିକେଟ ଯୋଗୁଁ ସ୍ପିନ ବୋଲିଂଗ ତାର ଅସ୍ତିତ୍ବ ହରାଉଛି ବୋଲି ପୂର୍ବତନ ଭାରତୀୟ ସ୍ପିନର ମୁରଲୀ କାର୍ତ୍ତିକ କହିଛନ୍ତି. 

ବହୁତ ଜଲଦି ଫଳାଫଳ ମିଳିଯାଉଥିବାରୁ ସାରା ବିଶ୍ୱ ଏହି ଟି- ଟ୍ୱେଣ୍ଟି କ୍ରିକେଟକୁ ଆପଣାଇଛନ୍ତି. ତେବେ ଏହି ଫର୍ମାଟରେ ସ୍ପିନ ବୋଲର ବ୍ୟାଟସମାନ ମାନଙ୍କୁ ରୋକିବା ପାଇଁ ବିଭିନ୍ନ ଟ୍ରିକ ଆପଣାଇଛନ୍ତି ଏବଂ ଏହା ଯୋଗୁଁ ସ୍ପିନ ବୋଲିଙ୍ଗର ମାନ୍ୟତା ହରାଉଛି ବୋଲି କାର୍ତ୍ତିକ କହିଛନ୍ତି. 

ମୁରଲୀ କାର୍ତ୍ତିକ 203 ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି 644 ଟି ୱିକେଟ ଅକ୍ତିଆର କରିଛନ୍ତି. ଏହା ସହ ବିଭିନ୍ନ ଇଂଲିଶ କଣ୍ଟ୍ରି ପାଇଁ ସେ କାଉଣ୍ଟି କ୍ରିକେଟ ଖେଳିଛନ୍ତି. ଏହା ସହ ପୂର୍ବତନ ଭାରତୀୟ ସ୍ପିନର ଭି. ବି. ଚନ୍ଦ୍ରଶେଖରଙ୍କ ଠାରୁ ବହୁତ ଶିଖି ଥିବା କଥା କହିଛନ୍ତି. ଏହା ସହ ବୋଲରକୁ ସଫଳ ହେବାକୁ ହେଲେ ଅଧିନାୟକଙ୍କ ଭୂମିକା ନିହାତି ଦରକାର ବୋଲି କହିଛନ୍ତି ମୁରଲୀ କାର୍ତ୍ତିକ.

  • Tags:

Subscribe

National International State Sports Entertainment