ନ୍ୟୁଜିଲାଣ୍ଡ ଗୁଳିକାଣ୍ଡ, ଅଳ୍ପକେ ବଞ୍ଚିଲା ବାଂଲାଦେଶ କ୍ରିକେଟ୍‌ ଟିମ
Khabar Odisha:International-Sports-Odisha-bangladesh-cricket-team-escape-from-shooting-at-christchurch-mosque
ନ୍ୟୁଜିଲାଣ୍ଡ, ମାର୍ଚ୍ଚ ୧୫(ଖବର ଓଡିଶା):

ନ୍ୟୁଜିଲ୍ୟାଣ୍ଡର କ୍ରାଇଷ୍ଟଚର୍ଚରେ ହୋଇଥିବା ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତିଛନ୍ତି ବାଂଲାଦେଶ କ୍ରିକେଟ ଦଳ । ସ୍ଥାନୀୟ ପୁଲିସଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣରେ ୪୯ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହାତ ହୋଇଛନ୍ତି । 

ଏହି ଘଟଣା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେହି ସ୍ଥାନଟିକୁ ନିଜ କବ୍ଜାକୁ ନେଇଥିଲା । ମସ୍‌ଜିଦ୍‌ରେ ଯେଉଁ ସମୟରେ ଗୁଳିକାଣ୍ଡ ହୋଇଥିଲା, ସେ ସମୟରେ ସେଠାରେ ବାଂଲାଦେଶ କ୍ରିକେଟ ଟିମ୍ ଉପସ୍ଥିତଥିଲା । ଟିମ୍‌ର ସମସ୍ତ ସଦସ୍ୟ ଗୁଳିକାଣ୍ଡରୁ ସୁରକ୍ଷିତ ଭାବେ ରକ୍ଷା ପାଇଛନ୍ତି । କ୍ରିକ୍‌ଇନ୍‌ଫୋର ସାମ୍ୱାଦିକ ମହମ୍ମଦ ଇସାମ୍ ଏ ନେଇ ସୂଚନା ଦେଇଥିଲେ । 

ବାଂଲାଦେଶର ସବୁ କ୍ରିକେଟର ଗୁଳିକାଣ୍ଡରେ ସୁରକ୍ଷିତ ଅଛନ୍ତି ବୋଲି ଟ୍ୱିଟ୍ କରିଥିଲେ ବାଂଲାଦେଶର କ୍ରିକେଟର ତମିମ୍‌ ଇକ୍‌ୱାଲ ।ନିଜ ଟ୍ୱିଟ୍‌ରେ ସେ ଲେଖିଥିଲେ, “ମସ୍‌ଜିଦ ନିକଟରେ ହୋଇଥିବା ଗୁଳିକାଣ୍ଡରେ ସମସ୍ତ କ୍ରିକେଟର ସୁରକ୍ଷିତ ଅଛନ୍ତି । ଏହି ଅନୁଭବ ବହୁତ ଭୟଙ୍କର ଥିଲା । ଆପଣମାନେ ଆମର ସୁରକ୍ଷା ପାଇଁ ଆଲ୍ଲାହଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।“

ନ୍ୟୁଜଲାଣ୍ଡର କ୍ରାଇଷ୍ଟଚର୍ଚରେ ମସ୍‌ଜିଦ୍‌ରେ ୫୦ ରାଉଣ୍ଡ ଗୁଳି କରାଯାଇଥିଲା । ସେହି ଆକ୍ରମଣ ସମୟରେ ସେହି ମସ୍‌ଜିଦ୍‌ରେ ବାଂଲାଦେଶର ମଧ୍ୟ ଦୁଇଜଣ ଖେଳାଳି ଉପସ୍ଥିତ ଥିଲେ । 

Subscribe

National International State Sports Entertainment