ନୂଆଦିଲ୍ଲୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ୟ ଟି-୨୦ ମ୍ୟାଚ୍ । ହୋବାର୍ଟରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଘରୋଇ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବ । ପ୍ରଥମ ଟି-୨୦ ବର୍ଷାରେ ଧୋଇଯିବା ପରେ ୨ୟ ଟି-୨୦ରେ ଶୋଚନୀୟ ପରାଜୟ ଭୋଗିଥିଲା ଭାରତ । ଫଳରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ଘରୋଇ ଦଳ ଅଷ୍ଟ୍ରେଲିଆ । ତେଣୁ ଆଜିର ମ୍ୟାଚ୍ ଜିତିବା ଭାରତ ପାଇଁ ଜରୁରୀ ।
ଆଜିର ମ୍ୟାଚରେ ଭାରତ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି । ସଞ୍ଜୁ ସାମସନ, କୁଲଦୀପ ଓ ହର୍ଷିତ ରାଣାଙ୍କୁ ବାଦ୍ ଦିଆଯାଇଛି । ସେମାନଙ୍କ ସ୍ଥାନରେ ଯଥାକ୍ରମେ ଜିତେଶ ଶର୍ମା, ୱାଂଶିଟନ ସୁନ୍ଦର ଓ ଅର୍ଶଦୀପ ସିଂଙ୍କୁ ସାମିଲ୍ କରାଯାଇଛି । ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଅର୍ଶଦୀପଙ୍କୁ ବାହାରେ ରଖାଯିବା ନେଇ କୋଚ୍ ଓ ଅଧିନାୟକଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଶେଷରେ ୩ୟ ଟି-୨୦ରେ ଦଳକୁ ଅର୍ଶଦୀପଙ୍କ ପରିବର୍ତ୍ତନ ଘଟିଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି । ଜୋଶ ହାଜେଲଉଡଙ୍କ ସ୍ଥାନରେ ସିନ ଏବଟଙ୍କୁ ସାମିଲ କରାଯାଇଛି ।
ଭାରତୀୟ ଦଳ
ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା(ୱିକେଟ୍ କିପର), ଶିବମ ଦୁବେ, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ ଦଳ
ମିଚେଲ୍ ମାର୍ଶ(ଅଧିନାୟକ), ଟ୍ରେଭିସ ହେଡ, ଜୋଶ ଇଂଲିଶ(ୱିକେଟ୍ କିପର), ଟିମ୍ ଡେଭିଡ, ମିଚେଲ ଓେଓନ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ସର୍ଟ, ସିନ ଏବଟ, ଜାଭିଏର ବାର୍ଟଲେଟ, ନାଥନ ଏଲିସ ଓ ମାଥ୍ୟୁ କୁହନେମାନ ।
Also read: ଟେନିସରୁ ଅବସର ନେଲେ ରୋହନ ବୋପାନ୍ନା, କହିଲେ- ଗୁଡ ବାଏ, କିନ୍ତୁ ଅନ୍ତ ଘଟିନି...