ଏଫ୍ଆଇଏଚ୍ ହକି ପ୍ରୋ-ଲିଗ, ଆଜି କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ଭାରତ
Khabar Odisha:India-belzium-hockey-pro-league-match-in-Kalinga-stadium
ଭୁବନେଶ୍ୱର, ଫେବୃଆରୀ ୦୮ (ଖବର ଓଡ଼ିଶା):

ଆଜି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏଫ୍ଆଇଏଚ୍ ହକି ପ୍ରୋ-ଲିଗରେ ବିଶ୍ୱର ଏକ ନମ୍ବର ଦଳ ତଥା ବିଶ୍ୱଚାମ୍ପିୟନ ବେଲଜିୟମକୁ ଭେଟିବ ଭାରତ । ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍  ପ୍ରତିଯୋଗିତାରେ ଚଳିତ ବର୍ଷ ପଦାର୍ପଣ କରିଥିବା ଭାରତ ଆଜି ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ନିଜର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ଯାଉଛି ।

ଏଫ୍ଆଇଏଚ୍ ହକି ପ୍ରୋ-ଲିଗର ପ୍ରଥମ ପର୍ଯ୍ୟାୟ ମୁକାବିଲାର ଦୁଇଟି ଯାକ ମ୍ୟାଚ୍ ରେ ବିପକ୍ଷ ନେଦରଲାଣ୍ଡକୁ ହରାଇ ପୂର୍ଣ୍ଣ ଆତ୍ମବିଶ୍ୱାସରେ ଅଛି ଘରୋଇ ଦଳ । ହେଲେ ଆଜିର ମୁକାବିଲାରେ ଭାରତ ସମ୍ମୁଖରେ ଅଛି ବିଶ୍ୱ ଚାମ୍ପିୟନ ବେଲଜିୟମ ଦଳ । ଘରୋଇ ମାଟିରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡକୁ ମାତ୍  ଦେଇଥିବାରୁ ଆଜି ବେଲ୍‌ଜିୟମକୁ ଟକ୍କର ଦେବାକୁ ଭାରତ ପୂରା ପ୍ରସ୍ତୁତ ରହିଛି।

ଭାରତ ପ୍ରୋ-ଲିଗ୍ ରେ ଦୁଇ ମ୍ୟାଚ୍  ଖେଳି ୫ ପଏଣ୍ଟ୍  ସହ ତାଲିକାର ପଞ୍ଚମରେ ଏବଂ ବେଲଜିୟମ ୪ ମ୍ୟାଚ୍ ରୁ ୧୧ ପଏଣ୍ଟ୍  ପାଇ ଶୀର୍ଷରେ ରହିଛି। କଳିଙ୍ଗ ଭାରତର ଘରୋଇ ପଡ଼ିଆ ହେଲେ ମଧ୍ୟ ବେଲଜିୟମ ପାଇଁ ଶୁଭ ରହିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ୱକପ 2018ରେ ବେଲଜିୟମ ବିଜେତା ହୋଇଥିଲା ।

Subscribe

National International State Sports Entertainment