ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ ; ଧୋନିଙ୍କ ରେକର୍ଡ ଭାଙ୍ଗିପାରନ୍ତି ବିରାଟ
Khabar Odisha:India-England-Test-series-Virat-can-break-Dhonis-record
ମୋଟେରା, ଫେବୃଆରୀ 22(ଖବର ଓଡିଶା) :

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ମୋଟେରାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମରେ ପିଙ୍କ ବଲରେ ଖେଳାଯିବ । ତେବେ ଏହି ମ୍ୟାଚ ଜିତିଲେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଉ ଏକ ରେକର୍ଡ ଭାଙ୍ଗିବେ କୋହଲି । ଘରୋଇ ପରିବେଶରେ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଜିତିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି । ମୋଟେରାରେ ହେବାକୁ ଥିବା ଦିବାରାତ୍ର ଟେଷ୍ଟରେ କୋହଲି ବିଜୟ ହେଲେ ଧୋନୀଙ୍କ ରେକର୍ଡ ଅତିକ୍ରମ କରିବେ । ଧୋନୀଙ୍କ ନେତୃତ୍ୱରେ ଭାରତ ଭାରତରେ ୨୧ଟି ମ୍ୟାଚ ଜିତିଛି । ଅନ୍ୟ ଅଧିନାୟକଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନ (୧୩), ସୌରଭ ଗାଙ୍ଗୁଲି(୧୦) ଓ ସୁନୀଲ ଗାଭାସ୍କର (୭) ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି । ବର୍ତ୍ତମାନ ସୁଦ୍ଧା କୋହଲି ଭାରତରେ ୨୧ଟି ମ୍ୟାଚରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଛନ୍ତି । ସେହିପରି ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ୧୦୦୦ ରନ ପୂରଣ କରିବା ନିମନ୍ତେ ଚେତେଶ୍ୱର ପୂଜାରାଙ୍କୁ ୪୫ ରନ ଆବଶ୍ୟକ ଥିବା ବେଳେ କୋହଲି ୧୨ ରନ ଦୂରରେ ଅଛନ୍ତି । ପୂର୍ବରୁ କେବଳ ସୁନୀଲ ଗାଭାସ୍କର (୧୩୩୧) ଓ ଗୁଣ୍ଡାପ୍ପା ବିଶ୍ୱନାଥ (୧୦୨୨) ୧୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି ।

  • Tags:

Subscribe

National International State Sports Entertainment