ଆଇପିଏଲ ୨୦୨୧; ଜୋଶ ହାଜେଲଉଡଙ୍କ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ ଦଳରେ ସାମିଲ ହୋଇପାରନ୍ତି ଏହି ଖେଳାଳି
Khabar Odisha:IPL-2021-player-could-join-Chennai-Super-Kings-in-place-of-Josh-Hazlewood
ଚେନ୍ନାଇ, ଏପ୍ରିଲ ୦୨ (ଖବର ଓଡ଼ିଶା):

ନିଜର ବ୍ୟକ୍ତିଗତ କାରଣରୁ ଆଇପିଏଲ ୨୦୧୧ ରୁ ଓହରିଯାଇଛନ୍ତି ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଜୋଶ ହାଜେଲଉଡ । ତେବେ ହାଜେଲଉଡଙ୍କ ସ୍ଥାନରେ ଦଳ କାହାକୁ ସାମିଲ କରିବ ତାହାକୁ ନେଇ ଚର୍ଚ୍ଚା ଲାଗିରହିଛି । ଦଳରେ ଡ୍ୱେନ ବ୍ରାଭୋ, ଦୀପକ ଚାହାର, ସାମ କରନ, ସାର୍ଦ୍ଦୁଲ ଠାକୁର, ଲୁଙ୍ଗି ଏଙ୍ଗିଡି ଆଦି ଫାଷ୍ଟ ବୋଲର ରହିଛନ୍ତି । ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗସ ଦଳ ଚେନ୍ନାଇ ପରିବର୍ତ୍ତେ ମୁମ୍ବାଇ ଏବଂ ଦିଲ୍ଲୀରେ ଅଧିକାଂଶ ମ୍ୟାଚ ଖେଳିବ । ତେବେ ଏହି ଦୁଇଟି ପିଚରେ ସ୍ପେସ ଆଉ ବାଉନ୍ସ ଥିବା ବୋଲରମାନେ ବିଶେଷ ଉପେଯାଗୀ ହୋଇଥାନ୍ତି । ଏସବୁକୁ ଦେଖିଲେ ୨୦୨୧ ଆଇପିଏଲ ଅକ୍ସନରେ ଅନସୋଲଡ ଥିବା ବୋଲରଙ୍କ ମଧ୍ୟରେ ମିଚେଲ ମ୍ୟାକଲିଘାନ, ଓସେନ ଥୋମାସ ଏବଂ ବିଲି ଷ୍ଟାନଲିକେ ଆଦି ଫାଷ୍ଟ ବୋଲର ସାମିଲ ହେବାର ସମ୍ଭାବନା ରହିଛି । ଦଲରେ ଥିବା ଦ୍ରୁତ ବୋଲରଙ୍କ ମଧ୍ୟରେ ଲୁଙ୍ଗି ଏଙ୍ଗିଡି ମଧ୍ୟ ଉଭୟ ପିଚରେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି ମାତ୍ର ପୂର୍ବ ବର୍ଷ ଖରାପ ପ୍ରର୍ଦଶନ ପାଇଁ ଦଳରେ ସ୍ଥାନ ପାଉ ନଥିଲେ ଏଙ୍ଗିଡି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଛଅ ବର୍ଷ ଖେଳିଥିବା ନ୍ୟୁଜଲାଣ୍ଡ ଫାଷ୍ଟ ବୋଲର ମିଚେଲ ମ୍ୟାକଲିଘାନ ଉବୟ ନୂଆ ବଲ ଏବଂ ଡେଥ ଓଭରରେ ବୋଲିଙ୍ଗ କରିବାରେ ମାହିର । ଏହି ଦୃଷ୍ଟିରୁ ତାଙ୍କ ନାମ ମଧ୍ୟ ବିଚାରକୁ ନିଆଯାଇପାରେ । ସେହିପରି କାରବିୟାନ ଫାଷ୍ଟ ବୋଲର ଓସେନ ଥୋମାସ ଏବଂ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ବିଲି ଷ୍ଟାନଲିକେଙ୍କ ନିକଟରେ ଦ୍ରୁତ ଗତିରେ ବୋଲିଙ୍ଗ କରିବାର ଦକ୍ଷତା ରହିଛି । ଏହି ଦୃଷ୍ଟିରୁ ସେମାନଙ୍କ ନାମ ମଧ୍ୟ ବିଚାରକୁ ନିଆଯାଇପାରେ । ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ଆଇପିଏଲ ଅଭିଯାନ ଆରମ୍ଭ କରିବ ଚେନ୍ନାଇ ।

  • Tags:

Subscribe

National International State Sports Entertainment