ଆଇପିଏଲ ୨୦୨୧: ନିଲାମରେ ଚମକିଲେ ଅଷ୍ଟ୍ରେଲିଆ କ୍ରିକେଟର
Khabar Odisha:IPL-2021-Australian-cricketer-shines-at-auction
ଚେନ୍ନାଇ, ଫେବୃଆରୀ ୧୯ (ଖବର ଓଡ଼ିଶା):

ସରିଲା ଆଇପିଏଲ ୧୪ ନିମନ୍ତେ ନିଲାମ ପକ୍ରିୟା. ଚଳିତ ବର୍ଷ ଅଷ୍ଟ୍ରେଲିଆର ଖେଳାଳି ମାନଂକୁ ଅଧିକ ପଇସାରେ କିଣିଛନ୍ତି ଆଇପିଏଲ ଫ୍ରାଞ୍ଚାଇଜ । ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥଙ୍କ ଠାରୁ ଆରମ୍ଭ କରି ଚଳିତ ବର୍ଷ ବିଗବାସ ଲିଗରେ ଭଲ ପଦର୍ଶନ କରିଥିବା ଖେଳାଳି ମାନେ ବିକ୍ରି ହୋଇଛନ୍ତି ଚଢା ଦାମରେ । ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଛି ରୟାଲ ଚାଲେଞ୍ଜର ବାଙ୍ଗାଲୋର. ଆଗାମୀ ଆଇପିଏଲ ସିଜିନରେ କୋହଲି ଏବଂ ଡିଭିଲିୟର୍ସଙ୍କ ସହ ଖେଳିବେ ମ୍ୟାକ୍ସୱେଲ । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମାନ ଷ୍ଟିଭ ସ୍ମିଥଙ୍କୁ ମାତ୍ର ୨.୨୦ କୋଟିରେ ଦିଲ୍ଲୀ କ୍ୟାପିଟାଲସ ଦଳରେ ସାମିଲ ହୋଇଛନ୍ତି. ବିଗ ବାସ ଲିଗର ସବୁଠାରୁ ଅଧିକ ୱିକେଟ ନେଇଥିବା ଝାଏ ରିଚାର୍ଡସନଙ୍କୁ ମଧ୍ୟ ୧୪ କୋଟି ଟଙ୍କାରେ କିଣିଛି ପଞ୍ଜାବ କିଙ୍ଗସ । ଅନ୍ୟ ଜଣେ ବିବିଏଲ ଷ୍ଟାର ରିଲେ ମେରେଡିଥଙ୍କୁ ମଧ୍ୟ ୮ କୋଟିରେ କିଣିଛି ପଞ୍ଜାବ କିଙ୍ଗସ । ନାଥନ କଲଟର ନାଇଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟିରେ କିଣିଥିବାବେଳେ ଦୁଇ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଡାନିଏଲ ଖିଷ୍ଟ୍ରିଆନ ଏବଂ ମୋଜେସ ହେନେରିକ୍ସ ଯଥାକ୍ରମେ ୪.୮ ଏବଂ ୪.୨ କୋଟି ଟଙ୍କାରେ କିଣା ଯାଇଛନ୍ତି । ଅଲରାଉଣ୍ଡର ବେନ କଟିଙ୍ଗ ମଧ୍ୟ ବେସ ପ୍ରାଇସ ୭୫ ଲକ୍ଷରେ କୋଲକାତା ଦଳରେ ସାମିଲ ହୋଇଛନ୍ତି । ଅଷ୍ଟ୍ରେଲିଆର ଯୁବ ବ୍ୟାଟସମ୍ୟାନ ମାରନ୍ସ ଲବୁଶନେଙ୍କୁ କୌଣସି ଦଳ ନ କିଣିବା ବହୁ କ୍ରିକେଟ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି ।

  • Tags:

Subscribe

National International State Sports Entertainment