ପୁଣି ଦର୍ଶକଙ୍କ ମନ ଜିଣିବ ଫଟାଫଟ୍ ମ୍ଯାଚ୍, ସେପ୍ଟେମ୍ବର 19ରୁ ପୁଣି ଆରମ୍ଭ ହେବ ଆଇପିଏଲ୍
Khabar Odisha:IPL-14-Season-to-resume-on-September-19-final-on-October-15

ନୂଆଦିଲ୍ଲୀ ,ଜୁନ୍ 7(ଖବର ଓଡ଼ିଶା): ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 14 ତମ ସଂସ୍କରଣର ପୁନଃ ଆରମ୍ଭ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ପ୍ରସ୍ତୁତି ଆରମ୍ଭ କରିଛି।  ତେବେ ବାକିଥିବା ମୁକାବିଲା ଗୁଡିକ ସେପ୍ଟେମ୍ବର 19 ରୁ ଆରମ୍ଭ ହେବ ଏବଂ ଫାଇନାଲ୍ ଅକ୍ଟୋବର 15 ରେ ଆୟୋଜିତ ହେବ।

ବିସିସିଆଇ ଏବଂ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ହୋଇଥିବା ବୈଠକର ହୋଇଥିବା ଆଲୋଚନା ବିଷୟରେ ଜାଣିଥିବା ଜଣେ ବିସିସିଆଇ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଲୋଚନା ଭଲ ଚାଲିଛି ଏବଂ ଅବଶିଷ୍ଟ ଆଇପିଏଲ୍ ଖେଳ ଦୁବାଇ, ଶାରଜା ଏବଂ ଆବୁଧାବି ସଫଳତାର ସହ ଅନୁଷ୍ଠିତ ହେବ ବୋଲି ଭାରତୀୟ ବୋର୍ଡ ନିଶ୍ଚିତ। 

  • Tags:

Subscribe

National International State Sports Entertainment