ଭାରତ ବିପକ୍ଷ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରୁ ରିଚାର୍ଡସନ ବାଦ ; ଟାଏ ସାମିଲ
Khabar Odisha:Excluding-Richardson-from-the-Australian-team-for-the-series-against-India-Tie-included
ସିଡନୀ, ନଭେମ୍ବର ୧୮ (ଖବର ଓଡ଼ିଶା):

ଆଗାମୀ ଭାରତ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇ ସାରିଛି ଅଷ୍ଟ୍ରେଲିଆ ଦଳ । ଉଭୟ ଏକଦିବସୀୟ ଏବଂ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇଥିବା ଦ୍ରୁତ ବୋଲର କେନ ରିଚାର୍ଡସନ ନିଜର ବ୍ୟକ୍ତିଗତ କାରଣରୁ ଏହି ସିରିଜରୁ ଓହରି ଯାଇଛନ୍ତି । ତେବେ ତାଙ୍କ ସ୍ଥାନରେ ଆଣ୍ଡ୍ର‌୍ୟୁ ଟାଏଙ୍କୁ ଦଳରେ ସାମିଲ କରାଯାଇଛି । ପୂର୍ବରୁ ଆଣ୍ଡ୍ର‌୍ୟୁ ଟାଏ ଅଷ୍ଟ୍ରେଲିଆ ପକ୍ଷରୁ ସାତଟି ଏକଦିବସୀୟ ମ୍ୟାଚ ଏବଂ ୨୬ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିସାରିଛନ୍ତି । ପୂର୍ବରୁ ମଧ୍ୟ କେନ ରିଚାର୍ଡସନ ଆଇପିଏଲରୁ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ଆରସିବି ଦଳରେ ଅଷ୍ଟ୍ରେଲିଆ ଦଳରେ ଆଡାମ ଜାମ୍ପାଙ୍କୁ ଦଳରେ ସାମିଲ କରାଯାଇଥିଲା । ଭାରତ ବିପକ୍ଷ ଏହି ସିରିଜରେ ଆରୋନ ଫିଜଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ପ୍ୟାଟ କମିନ୍ସଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି ।

  • Tags:

Subscribe

National International State Sports Entertainment