ଆର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କଲେ ଧାମିକା ପ୍ରସାଦ
Khabar Odisha:Dhamika-Prasad-bids-farewell-to-international-cricket
କଲମ୍ବୋ, ଫେବୃଆରୀ ୧୯ (ଖବର ଓଡ଼ିଶା):

ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଶ୍ରୀଲଙ୍କାର ଦ୍ରୁତ ବୋଲର ଧମିକା ପ୍ରସାଦ । ୩୭ ବର୍ଷିୀୟ ଧମିକା ପ୍ରସାଦ ଶେଷ ଥର ପାଇଁ ୨୦୧୫ରେ ୱେଷ୍ଟଇଣ୍ଡିଜ ବିରୋଧରେ ନିଜର ଆର୍ନ୍ତଜାତୀୟ ମ୍ୟାଚ ଖେଳିଥିଲେ । କାନ୍ଧ ଆହାତ କାରଣରୁ ଗତ ଛଅ ବର୍ଷ ହେବ ସେ ଅର୍ନ୍ତଜାତୀୟ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ ଧାମିକା । ନିଜ ଦେଶକୁ ସେ ଅନେକ ମ୍ୟାଚ ବିଜୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ୨୦୧୪ରେ ଇଂଲଣ୍ଡରେ ଶ୍ରୀଲଙ୍କାର ପ୍ରଥମ ସିରିଜ ଜିତିବା ପଛରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟେଷ୍ଟ ମ୍ୟାଚରେ ସେ ୭୫ଟି ଉଇକେଟ ନେଇଥିବା ବେଳେ, ଦିନିକିଆରେ ସେ ୩୨ଟି ଉଇକେଟ ହାସଲ କରିଛନ୍ତି । ସେହିପରି ସେ ଏକମାତ୍ର ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି ।

  • Tags:

Subscribe

National International State Sports Entertainment