ବିସିସିଆଇ ଷ୍ଟାଣ୍ଡାର୍ଡର ଗ୍ରାଉଣ୍ଡ ହେବ ବାରବାଟୀ
Khabar Odisha:Barbati-will-be-the-ground-of--BCCI-standard
କଟକ, ମାର୍ଚ୍ଚ ୦୬ (ଖବର ଓଡ଼ିଶା):

କଟକର ବାରବାଟୀ ଷ୍ଟାଡିୟମ ବିଶେଷ ଭାବେ ସ୍ୟାଣ୍ଡ ବେସଡ଼ ଏବଂ ବିସିସିଆଇ ଷ୍ଟାଣ୍ଡାର୍ଡର ଗ୍ରାଉଣ୍ଡ ହେବ ବୋଲି ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି । ଗ୍ରାଉଣ୍ଡର ଏହି ନବୀକରଣ କାର୍ଯ୍ୟ ତିନି ମାସ ମଧ୍ୟରେ ସମାପ୍ତ ହେବ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି କ୍ରିକେଟ ଗ୍ରାଉଣ୍ଡରେ ଦୁଇଟି ଆର୍ନ୍ତଜାତୀୟ ଟେଷ୍ଟ ମ୍ୟାଚ, ୧୯ ଟି ଏକଦିବସୀୟ ମ୍ୟାଚ, ୨ ଟି ଟି-୨୦ ମ୍ୟାଚ ଏବଂ ସାତୋଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ଏହ ସହ ଅନେକ ଡୋମେଷ୍ଟିକ ମ୍ୟାଚ ଆୟୋଜନ କରି ସାରିଛି ବାରବାଟୀ ଷ୍ଟାଡିୟମ ।

  • Tags:

Subscribe

National International State Sports Entertainment