ନୂଆଦିଲ୍ଲୀ: ୨୦୨୫ ମହିଳା ଦିନିକିଆ ବିଶ୍ୱକପ୍ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ୍ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଉଭୟ ଦଳ ପ୍ରଥମ ଥର ପାଇଁ ଟ୍ରଫି ଉଠାଇବାକୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ନଜର ପକାଇବା ସର୍ବାଧିକ ଥର ଦିନିକିଆ ବିଶ୍ୱକପ୍ ଜିତିଥିବା ଦଳଗୁଡ଼ିକ ବିଷୟରେ।
ଅଷ୍ଟ୍ରେଲିଆ ହେଉଛି ସବୁଠାରୁ ଅଧିକ ଥର ମହିଳା ଦିନିକିଆ ବିଶ୍ୱକପ୍ ଟାଇଟଲ ଜିତିଥିବା ଦଳ। ୧୯୭୩ ମସିହାରେ ଆରମ୍ଭ ହେବା ପରଠାରୁ, ଏହି ଟୁର୍ଣ୍ଣାମେଣ୍ଟ ମୋଟ ୧୨ଟି ବିଶ୍ୱକପ୍ ଆୟୋଜନ କରିଛି। ଅଷ୍ଟ୍ରେଲିଆ ଏଥିରୁ ରେକର୍ଡ ସାତ ଟାଇଟଲ ଜିତିଛି। ଇଂଲଣ୍ଡ ଚାରି ଥର ଟ୍ରଫି ଜିତି ଦ୍ୱିତୀୟ ସ୍ଥାନରେ ଅଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଥରେ ବିଶ୍ୱକପ୍ ଜିତିଛି। ଆଜି, ମହିଳା କ୍ରିକେଟ୍ ଏକ ନୂତନ ବିଶ୍ୱ ଚାମ୍ପିଅନ୍ ପାଇବାକୁ ଯାଉଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଥରେ ମଧ୍ୟ ଟ୍ରଫି ଜିତି ନାହାଁନ୍ତି। ଉଭୟ ଦଳ ନିଜର ପ୍ରଥମ ଟାଇଟଲ ସନ୍ଧାନରେ ଅଛନ୍ତି।
ଭାରତୀୟ ଦଳ ତୃତୀୟ ଥର ପାଇଁ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଏବଂ ପ୍ରଥମ ଟାଇଟଲ ଅପେକ୍ଷାରେ ଅଛି। ଅଷ୍ଟ୍ରେଲିଆ ୨୦୦୫ ରେ ଏବଂ ଇଂଲଣ୍ଡ ୨୦୧୭ ରେ ଭାରତର ଚାମ୍ପିଅନ ହେବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା। ପ୍ରଥମ ଥର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିନା ମହିଳା ଦିନିକିଆ ବିଶ୍ୱକପ୍ ଇତିହାସରେ ପ୍ରଥମ ଫାଇନାଲ ହେବ।
ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ବିଶ୍ୱକପ୍ ଫାଇନାଲ୍ ଖେଳିବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ୩୪ଟି ଦିନିକିଆ ମ୍ୟାଚ୍ ଖେଳା ଯାଇଛି । ଏଥିରୁ ଭାରତ ୨୦ଟି ବିଜୟ ସହିତ ଆଗୁଆ ରହିଛି, କିନ୍ତୁ ବିଶ୍ୱକପରେ ଉଭୟ ଦଳର ରେକର୍ଡ ବରଉାବର ରହିଛି । ଭାରତ ଛଅଟି ଦିନିକିଆ ବିଶ୍ୱକପ୍ ମ୍ୟାଚ୍ ମଧ୍ୟରୁ ତିନୋଟି ବିଜୟ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଶେଷ ତିନୋଟିରେ ଭାରତକୁ ପରାସ୍ତ କରିଛି।
Also read: ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ ଆୟର, କେବେ ଦଳକୁ ଫେରିବେ ଅପଡେଟ୍ ଦେଲା ବିସିସିଆଇ