ଆସନ୍ତା ଜୁଲାଇ 2 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ଆର୍ଚର ଖେଳାଳି ଦୀପିକା କୁମାରୀ ଓ ଅତନୁ ଦାସ
Khabar Odisha:Atanu-Das-Deepika-Kumari-to-tie-the-knot-on-Tuesday
ଝାଡଖଣ୍ଡ, ଜୁନ ୨୭ (ଖବର ଓଡ଼ିଶା):

ଜୁଲାଇ 2 ତାରିଖରେ ଭାରତୀୟ ଆର୍ଚର ଦୀପିକା କୁମାରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଆର୍ଚର ଅତନୁ ଦାସ । ପୂର୍ବରୁ ଉଭୟେ ସେମାନଙ୍କ ବିବାହ ଟୋକିଓ ଅଲମ୍ପିକ ପରେ କରିବାକୁ ଯୋଜନା କରିଥିଲେ କିନ୍ତୁ ଟୋକିଓ ଅଲମ୍ପିକ କରୋନାକୁ ଦୃଷ୍ଟିରେ ରଖି ଆରବର୍ଷକୁ ଘୁଂଚିଯିବାରୁ ସେମାନେ ବର୍ତ୍ତମାନ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଯୋଡି କୋଲକାତାର ଦ୍ୱିତୀୟ ଦମ୍ପତି ଯୋଡି ଭାବେ ଗୋଟିଏ ଅଲମ୍ପିକରେ ଖେଳିବାକୁ ଯାଉଛନ୍ତି । ପୂର୍ବରୁ ପୂର୍ବତନ ଭାରତୀୟ ହକି ମିଡିଫିଲଡର ଭେସେ ପାଇସ ଏବଂ ପୂର୍ବତନ ବାସ୍କେଟ ବଲ ଖେଳାଳୀ ଜେନିଫର ସ୍ୱାମୀ - ସ୍ତ୍ରୀ ଭାବେ 1972 ମସିହା ଅଲମ୍ପିକ ଖେଳିଥିଲେ । 

ତେବେ ଅତନୁ ଏବଂ ଦୀପିକାଙ୍କ ନିର୍ବନ୍ଧ 2018 ମସିହାରେ ହୋଇଥିଲା । ଉଭୟେ ରାଞ୍ଚି ଠାରେ କୋଭିଡ଼ -19 ର ନିୟମାବଳୀ ପାଳନ କରି ଆଗାମୀ ଜୁଲାଇ ମାସ 2 ତାରିଖରେ ବିବାହ ବନ୍ଧନରେ ଆବନ୍ଧ ହେବାକୁ ଯାଉଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment