ବିଶ୍ୱକପ ପୂର୍ବରୁ ରାହାଣେଙ୍କ କମାଲ, ତୃତୀୟ ଭାରତୀୟ ଭାବରେ କଲେ ଏହି ରେକର୍ଡ
Khabar Odisha:
ଇଂଲଣ୍ଡ, ମେ ୨୩(ଖବର ଓଡିଶା) :

ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ଇଂଲିଶ୍ କାଉଣ୍ଟିଂରେ ଦମ୍‌ଦାର ଡେବ୍ୟୁ କରିବା ସହିତ ହୈପଶୟର ପକ୍ଷରୁ ନାଟିଂଘମଶାୟର ବିପକ୍ଷରେ ଶତକ ଲଗାଇଛନ୍ତି । କାଇଣ୍ଟିଂ କ୍ରିକେଟ୍‌ରେ ଡେବ୍ୟୁ ମ୍ୟାଚରେ ଶତକ ଲଗାଇବାରେ ରାହାଣେ ହେଉଛନ୍ତି ତୃତୀୟ ଭାରତୀୟ । 

ତାଙ୍କ ପୂର୍ବରୁ ପିୟୁଷ ଚାୱଲା ଓ ମୁରଲୀ ବିଜୟ ପଦାର୍ପଣ ମ୍ୟାଚରେ ଭାରତ ପକ୍ଷରୁ କାଉଣ୍ଟିଂ କ୍ରିକେଟରେ ଶତକ ଲଗାଇଥିଲେ । ମୁରଲୀ ବିଜୟ ଏସେକ୍ସ ପକ୍ଷରୁ ଖେଳି ନାଟିଂଘମଶାୟର ବିପକ୍ଷରେ ୨୦୧୮ରେ ଓ ପିୟୁଷ ଚାୱଲା ୨୦୦୮ ମସିହାରେ ବାରେଷ୍ଟରଶାଁୟର ବିପକ୍ଷରେ ନିଜର ପ୍ରଥମ ମ୍ୟାଚରେ ହିଁ ଶତକ ଲଗାଇଥିଲେ ।

ପ୍ରଥମ ପାଳିରେ ମାତ୍ର ୧୦ କରିବାକୁ ସକ୍ଷମ ହୋଇଥିବା ଆଜିଙ୍କ୍ୟ ରାହାଣେ ଦ୍ୱିତୀୟ ଇନିଂସରେ ୨୬୦ଟି ବଲରେ ୧୪ଟି ଚୌକା ସହାୟତାରେ ୧୧୯ ରନ କରିଥିଲେ । ଏହା ସହିତ ସୈମ ନର୍ଥଇଷ୍ଟଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ୨୫୭ ରନ ଜୋଡିଥିଲେ । ଏହାଥିଲା ଆଜିଙ୍କ୍ୟ ରାହାଣେଙ୍କ ୩୦ ତମ ପ୍ରଥମଶ୍ରେଣୀ ଶତକ ।

Subscribe

National International State Sports Entertainment