ପୁନେ, ଜାନୁଆରୀ ୧୯(ଖବର ଓଡିଶା):
ପୂନେର ବାରାମତି ସହରର ବାସିନ୍ଦା ମୟୂରୀ ପୋପଟ ଯାଦବ(୧୬) ନିଜ ଦିବ୍ୟାଙ୍ଗ ଭାଇ ପାଇଁ ଏକ ସ୍ୱତନ୍ତ୍ର ସାଇକେଲ ନିର୍ମାଣ କରିଛନ୍ତି । ଏହା ହ୍ୱିଲ ଚେୟାର କମ୍ ସାଇକେଲ ଅଟେ । ଏହା ଦ୍ୱାରା ମୟୂରୀ ନିଜ ଦିବ୍ୟାଙ୍ଗ ଭାଇକୁ ସ୍କୁଲ ନେବା ଆଣିବା କରିବାରେ ଆଉ ଅସୁବିଧା ଭୋଗିବେ ନାହିଁ ।
ମୟୂରୀ ଆନନ୍ଦ ବିଦ୍ୟାଳୟରେ ୧୦ମ ଶ୍ରେଣୀର ଛାତ୍ରୀ ଅଟନ୍ତି । ମୟୂରୀର ସାନ ଭାଇ ନିଖିଲର ଗୋଡ କାମ କରେ ନାହିଁ । ବାପା ଘରେ ନଥିବା ସମୟରେ ନିଖିଲକୁ ସ୍କୁଳ ଯିବାରେ ହଇରାଣ ହୁଏ ଫଳରେ ସ୍କୁଲ ବନ୍ଦ କରିବାକୁ ପଡେ । ଏହି ଅସୁବିଧାକୁ ଦୂର କରିବା ପାଇଁ ମୟୂରୀ ନିଜ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି ହ୍ୱିଲଚେୟାର -କମ୍- ସାଇକେଲର ନିର୍ମାଣ କରିଛନ୍ତି । ଏଥିରେ ନିଖିଲ ଆରାମରେ ନିଜ ଭଉଣୀ ସହ ସ୍କୁଲ ଯାତାୟତ କରୁଛି ।
ଆନନ୍ଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ.ଏସ. ଅତର କହିଛନ୍ତି, ମୟୂରୀର ଭାଇ ପାଠରେ ବହୁତ ଭଲ, କିନ୍ତୁ ଘରେ ବାପା ନଥିବା ସମୟରେ ସେ ସ୍କୁଲକୁ ଆସିପାରେନି । ଏନେଇ ମୟୂରୀ ଏକ ଭଲ ବିଚାର ସହ ମୋ ପାଖକୁ ଆସିଲା । ମୟୂରୀର ଏହି ବିଚାରକୁ ଶୁଣି ପ୍ରଥମେ ଲାଗିଲା ଏହା ସମ୍ଭବ ନୁହେଁ, କିନ୍ତୁ ପରେ ବିଜ୍ଞାନ ଶିକ୍ଷକ ଜୟରାମ ପାୱାର, ଭାସିକର ଓ ଆମ ସ୍କୁଲର ଯାନ୍ତ୍ରୀକ ଟିମ ସହ ଆଲୋଚନା କରି ଏହା ଉପରେ କାର୍ୟ୍ୟ ଆରମ୍ଭ କରାଗଲା ।
ମୟୂରୀର କହିବାନୁସାରେ, ‘ ମୋ ଭାଇ ଏବେ ବଡ ହେଉଛି । ଭାଇକୁ କୋଳରେ ଉଠାଇ ସ୍କୁଟରରେ ବସେଇ ସ୍କୁଲ ଛାଡିବା ବାପାଙ୍କ ପାଇଁ କଷ୍ଟକର ହେଉଛି । ଘରେ ବାପା ନଥିବା ସମୟରେ ସେ ସ୍କୁଲକୁ ଯାଇପାରୁନି । ସେଥି ପାଇଁ ମୁଁ ଏହା ଉପରେ ଭାବିଲି ଓ ବିଚାର କରିଲି ଯେ ଭାଇକୁ ମୋ ସହ ହିଁ ସ୍କୁଲ ନେଇକି ଯିବି । ଏହି ବିଚାର ବିଷୟରେ ମୁଁ ମୋ ଶିକ୍ଷକଙ୍କୁ ଜଣାଇଲି, ସେମାନେ ଖୁସିରେ ମୋତେ ସମର୍ଥନ କଲେ ।