ବିମୁଦ୍ରାକରଣରେ ପ୍ରଭାବିତ ହୋଇ ନାହିଁ ଏହି ଛୋଟ ଗ୍ରାମ, ଜାଣନ୍ତୁ
Khabar Odisha:national-odisha-akodara-digital-village-demonetization
ନୂଆଦିଲ୍ଲୀ, ଜାନୁଆରୀ ୨୯ (ଖବର ଓଡିଶା) :

 ଗୁଜୁରାଟର ଅହମଦାବାଦ ସହର ଠାରୁ ୯୦ କିମି ଦୂରରେ ସାବରକାଂଠା ଜିଲ୍ଲାର ହିମ୍ମତନଗର ଉପଜିଲ୍ଲା ସ୍ଥିତ ଅକୋଦରା ଗ୍ରାମ ଦେଶର ଏଭଳି ଏକ ଗ୍ରାମ ଯେଉଁଠାରେ ପ୍ରତି ପରିବାର ପାଖରେ ଇବ୍ୟାଙ୍କିଙ୍ଗର ସୁବିଧା ରହିଛି । ଏହି ଗ୍ରାମରେ ମହିଳାମାନେ କ୍ଷୀର କିମ୍ବା ପରିବା କିଣିବା ପାଇଁ ହାତରେ ପର୍ସ ନେଇ ଯାନ୍ତି ନାହିଁ । କୃଷକଙ୍କୁ ନିଜର ଉତ୍ପାଦ କିଣିବାକୁ ହେଇ କିମ୍ବା ପରିବା ବିକ୍ରି କରିବାକୁ ହେଉ ଏଥିରେ ଅପେକ୍ଷା କରିବାକୁ ପଡେ ନାହିଁ । ସେମାନେ ଆକାଂଟରୁ ଆକାଉଂଟ ଟ୍ରାନ୍ସଫର କରନ୍ତି । ପାନ ଦୋକାନରେ ମଧ୍ୟ ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ୱାଇଫାଇ ନେଟୱାର୍କ ସୁବିଧା ରହିଛି ।

ପାଖାପାଖି ୨୨୦ ପରିବାର ଏବଂ ୧୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଲୋକଙ୍କ ମୁଖ୍ୟ ପେଶା କୃଷି ଏବଂ ପଶୁପାଳନ । ଏହି ଗ୍ରାମକୁ ପ୍ରଥମରୁ ଦେଶର ପ୍ରଥମ ଆନିମଲ ହଷ୍ଟେଲର ମାନ୍ୟତା ମିଳି ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହାର ଲୋକାର୍ପଣ କରିଥିଲେ । ଏହି ଗ୍ରାମରେ ଲୋକମାନେ ୧୦ ଟଙ୍କାରୁ ଅଧିକ କୌଣସୀ ବିଲ ଇ ବ୍ୟାଙ୍କିଙ୍ଗ ଜରିଆରେ ନିଅନ୍ତି । ପ୍ରତି ଗାଁ ଲୋକଙ୍କ ଆକାଂଟ ସେମାନଙ୍କର ଆଧାର କାର୍ଡ ସହ ଜଡିତ । ଏହି କାରଣରୁ ସମସ୍ତ ସରକାରୀ ଲାଭ ସିଧା ସମସ୍ତଙ୍କର ବ୍ୟାଙ୍କ ଆକାଉଂଟକୁ ଯାଇଥାଏ । 

Subscribe

National International State Sports Entertainment