ଚୋରି ହୋଇଯାଇଥିବା ସାଇକେଲକୁ ଫେରି ପାଇବା ପାଇଁ ପୁଣି ଚୋରି କଲେ ଯୁବତୀ,ବୁଦ୍ଧିକୁ ନେଇ ଚାରିଆଡ଼େ ପ୍ରଶଂସା ନୂଆଦିଲ୍ଲୀ , ମେ 25(ଖେବର ଓଡିଶା): Share story: ପିଲାଦିନେ, ଅନେକ ଲୋକ ଚୋରିର ଶିକାର ହୋଇଥିବେ । ଯେତେବେଳେ ସେମାନଙ୍କର ସାଇକେଲ କିମ୍ବା ଅନ୍ୟ କୌଣସି ଖେଳନା କେହି ନେଇଯାଆନ୍ତି ଓ ଏଥିପାଇଁ ଖୁବ୍ ମନ ଦୁଃଖ ମଧ୍ୟ ହୋଇଥାଏ । ହେଲେ ଚୋରୀ ହୋଇଯାଇଥିବା ଜିନିଷ ପୁଣି ମିଳିଗଲେ ଅଧିକ ଖୁସି ଲାଗିଥାଏ । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏପରି ଘଟଣା ଘଟିନଥାଏ । କିନ୍ତୁ ଜଣେ ଝିଅ ତାର ଚୋରୀ ହୋଇଥିବା ଅତି ପ୍ରିୟର ସାଇକେଲ ଟି ପୁଣି ଫେରି ପାଇଛି । ଯାହାର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀ ସାଇକେଲ ସହିତ ଠିଆ ହୋଇ ଖୁସିରେ ହସୁଥିବା ଦେଖାଯାଇଛି । ଫଟୋରେ ଲେଖା ହୋଇଛି, “ଗତ ସପ୍ତାହରେ ମୋର ସାଇକେଲ ଚୋରି ହୋଇ ଯାଇଥିଲା ଏବଂ ଆଜି ମୁଁ ଏହାକୁ ଏକ ସୋରୁମ୍ରେ ଦେଖିବାକୁ ପାଇଲି । ଯାହା ବିକ୍ରି ହେବା ପାଇଁ ରଖାଯାଇଥିଲା । ପରେ ମୁଁ ବିକ୍ରେତାଙ୍କୁ ମେସେଜ୍ କରି ତାଙ୍କୁ ଭେଟିଲି ଏବଂ ମୁଁ ତାଙ୍କୁ ସାଇକେଲ ଚଳାଇବାକୁ ଅନୁମତି ମାଗିଲି, ସେ ମଧ୍ୟ ଠିକ୍ ଅନୁମତି ଦେଲେ, କିନ୍ତୁ ଏହାକୁ ନେଇ ନଯିବାକୁ କହିଲେ । କିନ୍ତୁ ମୁଁ ଠିକ୍ ତାହା କଲି ଓ ମୁଁ ମୋ ସାଇକେଲକୁ ଚୋରି କଲି ' । ତେବେ ଏହି ପୋଷ୍ଟକୁ ଦେଖି ସୋସିଆଲ ମିଡିଆରେ ଏହିପରି ଅନେକ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି, ଯେଉଁମାନେ ଏଭଳି ପରିସ୍ଥିତି ଦେଇ ପୁର୍ବରୁ ଗତି କରିଛନ୍ତି । ତେବେ ବର୍ତ୍ତମାନ ଝିଅର ବୁଦ୍ଧିକୁ ସବୁଆଡ଼େ ପ୍ରଶଂସା କରାଯାଉଛି । ଖବର ଓଡ଼ିଶା, Reporter, 25/05/2022