କିଏ ଏହି ଅର୍ଚ୍ଚନା ପରିଡା? କେମିତି ସାଜିଲେ ଗ୍ୟାଙ୍ଗଷ୍ଟାର ର ଗେହ୍ଲୀ !
Khabar Odisha:Multiple-Women-Involved-in-Gangster-Haiders-Criminal-Network

କଟକ, ଏପ୍ରିଲ ୧୯ (ଖବର ଓଡ଼ିଶା): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଠାରୁ ନେଇ ପୁଣି ତେଲେଙ୍ଗାନାରୁ ଧରାପଡିବା ଯାଏଁ ଅତି ରୋଚକମୟ ହାରଇଦରର ଏହି ଫେରାର କାହାଣୀ । ହାଇଦର କେମିତି ଫେରାର ହେଲା? ଷଡଯନ୍ତ୍ର ର ପ୍ରକୃତ ଖଳନାୟକ ବା ଖଳନାୟିକା କିଏ ଏସବୁ ଅସମାହିତ ପ୍ରଶ୍ନ ଭିତରେ ହାଇଦରର ଲଭ ଷ୍ଟୋରୀ ଏବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ।

ଗ୍ୟାଙ୍ଗଷ୍ଟାର ହାଇଦର ଏକାସାଙ୍ଗରେ ତିନି ଜଣ ଯୁବତୀଙ୍କୁ ପ୍ରେମ କରୁଥିବା ନେଇ ପୋଲିସ୍ ହାତରେ ସୁରାକ୍ ଲାଗିବା ପରେ, ପୋଲିସ୍ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି । ଏହି ଗିରଫ ହୋଇଥିବା ଯୁବତୀ ଜଣଙ୍କ କିନ୍ତୁ ହାଇଦରର ଅତିପ୍ରୀୟ । ଗ୍ୟାଙ୍ଗଷ୍ଟାର ନେଟୱର୍କର ଏହି ହିରୋଇନ୍ ଜଣକ ହେଲେ ବାଲେଶ୍ୱର ଭୋଗରାଇର ଅର୍ଚ୍ଚନା ପରିଡା ଓରଫ ଗେହ୍ଲୀ । ବୟସ ମାତ୍ର ୧୮ ବର୍ଷ କିନ୍ତୁ ସାଜିଥିଲା ହାଇଦରର ଡାହାଣ ହାତ ।

ସବୁଠାରୁ ବଡ଼ କଥା ହେଲା ହାଇଦର ଫେରାର ହେବା ପଛରେ ଗେହ୍ଲୀର ହାତ ଥିବା ପୋଲିସ୍ ସନ୍ଦେହ କରୁଛି । କଟକ ଏସସିବିରେ ହାଇଦରକୁ ଦେଖା କରିବାକୁ ବାରମ୍ବାର ହସ୍ପିଟାଲ ଯାଉଥିଲା ଗେହ୍ଲୀ । ଏମିତି କି ଗେହ୍ଲୀର ଫୋନ୍ ନମ୍ବର କୁ ବ୍ୟବହାର ହାଇଦର ଦାଦାବଟି ଆଦାୟ କରୁଥିବାର ମଧ୍ୟ ସୂଚନା ରହିଛି ।

ତେବେ ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ହାଇଦର ନେଟୱର୍କ ଭିତରକୁ ଗେହ୍ଲୀ ଆସିଲା କମିତି? ପ୍ରକୃତରେ କଣ ଗ୍ୟାଙ୍ଗଷ୍ଟାର ଗାୟବ୍ ହେବା ପଛର ପ୍ରକୃତ ଖଳନାୟିକା ଅର୍ଚ୍ଚନା ପରିଡା? ଯାହାକୁ ନେଇ ଏବେ କମିଶନରେଟ୍ ପୋଲିସ୍ ଖୋଳତାଡ କରୁଛି ।

ଅନ୍ୟପଟେ ଗେହ୍ଲୀର ପରିବାର ଲୋକ ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଝିଅ ଚାକିରୀ ପାଇଁ ଭୁବନେଶ୍ୱର ଆସିଥିଲା ଓ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ ଡାଟା ଏଣ୍ଟ୍ରି କାମ ବି କରୁଥିଲା । ୨୦୧୫ ମସିହାରୁ ଗେହ୍ଲୀ ମାନସିକ ବିକାରଗ୍ରସ୍ଥ ଅଛି ବୋଲି ଗେହ୍ଲୀର ବାପା ସୂଚନା ଦେଇଛନ୍ତି । ଏହାଛଡା ଅର୍ଚ୍ଚନା କେନ୍ଦ୍ରାପଡାର ଆଉ ଏକ ଝିଅ ଲକି ସଂସ୍ପର୍ଶରେ ଆସି ଘର ଛାଡି ଭୁବନେଶ୍ୱର ଆସିଥିଲା ଓ ସେ ହିଁ ଗେହ୍ଲୀ କୁ ଫସାଇ ଦେଇଛି ବୋଲି ଗେହ୍ଲୀର ପରିବାର ବାପା, ମା’ ଅଭିଯୋଗ କରିଛନ୍ତି । 

ହାଇଦର ଲିଙ୍କରେ କେବଳ ଯେ ଅର୍ଚ୍ଚନା ପରିଡା ରହିଛି ତାହା ନୁହେଁ ପୋଲିସ୍ ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଆଉ ଦୁଇ ଯୁବତୀଙ୍କ ସୁରାକ୍ ମଧ୍ୟ ପାଇଛି ଯେଉଁମାନେ ବି ଗେହ୍ଲୀ ଭଳି ହାଇଦରକୁ ଅନେକ ଥର ଦେଖା କରିଛନ୍ତି । ତେବେ ଗ୍ୟାଙ୍ଗଷ୍ଟାର ର ଏହି ଚୋରା ପିରତି ହିଁ ତାକୁ ପୋଲିସ୍ ହାତରେ ଧରାଇ ଦେଇଥିବା ବେଳେ ଗ୍ୟାଙ୍ଗଷ୍ଟାର ନେଟୱର୍କରେ କେମିତି ଗେହ୍ଲୀ ଭଳି ଅନ୍ୟ ଯୁବତୀ ମାନେ ସାମିଲ ହେଉଛନ୍ତି ତାକୁ ନେଇ ବଢୁଛି ସସପେନ୍ସ ।

ବୁର୍ଲା ରୁ କଟକ ଏସସିବି ଓ ଏସସିବି ରୁ ତେଲେଙ୍ଗାନା ଫେରାର ଏହି ଷଡଯନ୍ତ୍ର କେମିତି ଓ କେଉଁଠୁ ତିଆରି ହୋଇଥିଲା ଏବଂ ଷଡଯନ୍ତ୍ରରେ କେଉଁମାନେ ସାମିଲ ଅଛନ୍ତି ଏବେବି ଏସବୁକୁ ନେଇ ରହିଛି ଅନେକ ପ୍ରଶ୍ନ!

  • Tags:

Subscribe

National International State Sports Entertainment