ବନମାଳିପୁରରେ ଜେକେ ଲକ୍ଷ୍ମୀ ସିମେଣ୍ଟର ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ଭୁବନେଶ୍ୱର, ଫେବ୍ରୁଆରୀ ୨୫(ଖବର ଓଡ଼ିଶା): Share story: ସମସ୍ତଙ୍କୁ ସୁସ୍ଥ ଜୀବନ ଦେବା ଲକ୍ଷ୍ୟରେ ଆଜି ବନମାଳିପୁର ଠାରେ ଜେକେ ଲକ୍ଷ୍ମୀ ସିମେଣ୍ଟର ଭୁବନେଶ୍ୱର ଡିଭିଜନ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ(ସିଏସଆର) ଅସହାୟ ଏବଂ ଦାରିଦ୍ର୍ୟର ସୀମା ରେଖା ତଳେ ଥିବା ଲୋକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି। ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ୨୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା, ବିଶେଷତଃ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଶିବିରରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ସହ ଚକ୍ଷୁ ପରୀକ୍ଷା, ଟିକାକରଣ ଓ ରକ୍ତ ପରୀକ୍ଷା କରାଯାଇଥିଲା । ଏହାବ୍ୟତିତ ମାଗଣା ଔଷଧ ଏବଂ ପୃଷ୍ଟିଯୁକ୍ତ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା । ନିଜ ଶରୀରର ଯତ୍ନ ନେବା ତଥା ସ୍ୱାସ୍ଥ୍ୟବସ୍ଥାର ପରୀକ୍ଷା କରାଇବା ଦିଗରେ ଲୋକ ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଏହି ଅବସରରେ ଜେକେ ସିମେଣ୍ଟର ରାଜ୍ୟ ମୁଖ୍ୟ ଲଲାତେନ୍ଦୁ ମିଶ୍ର କହିଛନ୍ତି ଯେ, ଗୋଷ୍ଠୀ ସ୍ୱାସ୍ଥ୍ୟସେବାକୁ ଅଧିକ ଧ୍ୟାନ ଦିଆଯାଉଛି ଏବଂ ନିଜ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଇବା ପାଇଁ ଅଧିକାଂଶ ମହିଳାଙ୍କ ଯୋଗଦାନ ସ୍ୱାଗତଯୋଗ୍ୟ । କୋଭିଡର ପରବର୍ତ୍ତୀ ସମୟରେ ଲୋକମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନତାକୁ ଧ୍ୟାନ ଦେଉଥିବା ବେଳେ ସମସ୍ତେ ଏକ ସୁସ୍ଥ ଜୀବନଯାପନ ଇଚ୍ଛା କରୁଛନ୍ତି । ଏ ମର୍ମରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଲୋକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନତା କରାଇବ ଏବଂ ଆଗାମୀ ଦିନରେ ଜନସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ଜାରୀ ରଖାଯିବ । ଏହି ମାଗଣା ଶିବିରକୁ କମ୍ପାନୀର ଭୁବନେଶ୍ୱର ଡ଼ିଭିଜନର ଟେକ୍ନିକାଲ ମୁଖ୍ୟ ଗଙ୍ଗାଧର ପ୍ରଧାନ, ଆସିଷ୍ଟାଣ୍ଟ ମ୍ୟାନେଜର ଅମିତ କୁମାର ବେହେରା ଏବଂ ଟେକ୍ନିଆଲ ଅଫିସର ସମ୍ବିତ କୁମାର ନାୟକ ଏବଂ ଡ଼ିଲର ପ୍ରମାନନ୍ଦ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଖବର ଓଡ଼ିଶା, Reporter, 25/02/2022